ରାବଣରାଜ: ଧର୍ମଶାଳାରେ ବି.ଜେ.ଡି କୁ ଭୋଟ ଦେଇନଥିବାରୁ ହାତଗୋଡ ଭାଙ୍ଗିଦେଲେ, ମିଥ୍ୟା ବଳକ୍ରାର ମାମଲା କଲେ ଓ ଘର ପୋଡିଦେଲେ

Spread the love

ନିର୍ବାଚନ କମିଶନଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି

ଯାଜପୁର,୨/୫ (ସନ୍ଧାନ ନିୟୁଜ) ବି.ଜେ.ଡି ନାମରେ ଦୀର୍ଘବର୍ଷ ହେଲା ମାଫିଆରାଜ ଚଲାଇଥିବା ଲୋକେ ଏବେ ରକ୍ତମୁଖା ହୋଇଛନ୍ତି । ଭୋଟପରେ କାହିଁକି ଭୋଟ ଦେଇନ ବୋଲି ଧମକ ଦେଇ ଲୋକଙ୍କୁ ପିଟି ପିଟି ହାତ ଗୋଡ ଭାଙ୍ଗିଦେବା ପରେ ପୋଲିସର ନିଷ୍କ୍ରିୟତାର ସୁଯୋଗରେ ଓଲଟା ମାଡ ଖାଇଥିବା ଲୋକଙ୍କ ନାମରେ ମିଥ୍ୟା ବଳାକ୍ରାର ମାମଲା କରି ଶେଷକୁ ସେମାନଙ୍କ ଘର ପୋଡିଦେବା ଭଳି ପାଶବିକ ଘଟଣା ଘଟିଛି ଧର୍ମଶାଳା ବ୍ଲକରେ ଜେନାପୁର ଥାନା ଅଂଚଳରେ । ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ମତ ପ୍ରକାଶ ପାଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।
ଖବରରୁ ପ୍ରକାଶ, ଏହି ଥାନା ଅନ୍ତର୍ଗତ ସାହାଣିଢିହ ପଂଚାୟତର ଚାରଗୋଠ ଗ୍ରାମର ବିଶ୍ୱମ୍ବର ମଳିକଙ୍କ ପରିବାର ବିଜୁ ଜନତା ଦଳକୁ ଭୋଟ ଦେଇନଥିବାର ଅଭିଯୋଗ କରି ଗାଁର ତିନି ଯୁବକ ଗତ ୩୦ ତାରିଖ ଦିନ ଝଗଡା କରିବା ସହ ତାଙ୍କର ପୁଅ ସାଗରର ଗୋଡ ହାତ ବାଡେଉ ଭାଙ୍ଗି ଦେଇଥିଲେ । ଏହାସହ ତାଙ୍କର ପତ୍ନୀଙ୍କୁ ମଧ୍ୟ ମାଡ ମାରିବା ସହ ଅଶ୍ଳୀଳ ବ୍ୟବହାର କରିଥିଲେ । ଏହାପରେ ବିଶ୍ୱମ୍ବରଙ୍କ ପରିବାର ତରଫରୁ ଜେନାପୁର ଥାନାରେ ଏତଲା ଦିଆ ଯାଇଥିଲେ ମଧ୍ୟ ପୋଲିସର ନିଷ୍ଠାପରତାର ଅଭାବର ସୁଯୋଗରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଓଲଟା ମାଡ ଖାଇଥିବା ଲୋକଙ୍କ ବିରୋଧରେ ମିଥ୍ୟା ବଳାକ୍ରାର ମାମଲା ଜେନାପୁର ଥାନାରେ ରୁଜୁ କରାଗଲା । ପୋଲିସ ଠାରୁସାହସ ପାଇବା ପରେ ଅଭିଯୁକ୍ତ ମାନେ ଅଧିକ ହିଂସ୍ର ହୋଇ ପଡିଥିଲେ । ଆଜି ୨ ତାରିଖରେ ବିଶ୍ୱମ୍ବରଙ୍କ ସ୍ତ୍ରୀ ବେଙ୍ଗ ଗାଁର ପାଣିଟ୍ୟାପକୁ ପାଣି ଆଣିବାକୁ ଯାଇଥିବା ବେଳେ ବି.ଜେ.ଡି କୁ ଭୋଟ ଦେଇନଥିବାର ସେହି ଆକ୍ରମଣକାରୀମାନେ ଅଭିଯୋଗ କରି ବେଙ୍ଗଙ୍କୁ ପାଣି ନେବାକୁ ଦେଇ ନଥିଲେ । ବି.ଜେ.ଡିରେ ଭୋଟ ଦେଇଥିବାର ବେଙ୍ଗ ଯେତେ କାକୁତି ମିନତୀ ହୋଇ କହିଥିଲେ ବି ଅଭିଯୁକ୍ତ ମାନେ ଶୁଣି ନଥିଲେ । ଅପରନ୍ତୁ ବେଙ୍ଗଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ମାଡ ମାରିଥିଲେ । ଏହି ମାଡରେ ବେଙ୍ଗଙ୍କ ହାତ ଭାଙ୍ଗି ଯାଇଛି । ଏହାପରେ ଆକ୍ରମଣକାରୀମାନେ ଅତି ନିର୍ଦ୍ଦୟ ଭାବେ ବିଶ୍ୱମ୍ବରଙ୍କ ଘର ପୋଡି ଦେଇଥିଲେ ବୋଲି ବେଙ୍ଗ ଅଭିଯୋଗ କରିଛନ୍ତି । ରାତି ୯ ଟା ସୁଦ୍ଧା ଘର ପୋଡି ଦେଇଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ ଦମକଳ ପହଂଚି ନିଆଁ ଲିଭାଉଥିବା ସହ ଜେନାପୁର ଥାନା ଅଧିକାରୀ ମଧ୍ୟ ପୋଲିସ ଦଳ ସହ ଗାଁରେ ପହଂଚିଛନ୍ତି । ତେବେ ଏହି ଘଟଣା ନିର୍ବାଚନ ସଂକ୍ରାନ୍ତିୟ ହୋଇଥିବାରୁ ଏଥିନେଇ ପୋଲିସ କାର୍ଯ୍ୟଧାରା ନେଇ ନିର୍ବାଚନ କମିଶନ ଓ ଯାଜପୁର ଏସ.ପି ହସ୍ତକ୍ଷେପ କରି ବିଦ୍ଧିବଦ୍ଧ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment