ରାଫେଲ୍ ଚୁକ୍ତି ବେଳେ ମୁଁ ଦାୟିତ୍ୱରେ ନଥିଲି: ଫ୍ରାନ୍ସ ରାଷ୍ଟ୍ରପତି
ରାଫେଲ୍ ଚୁକ୍ତି ବେଳେ ମୁଁ ଦାୟିତ୍ୱରେ ନଥିଲି: ଫ୍ରାନ୍ସ ରାଷ୍ଟ୍ରପତି
Manas Kumar Rout |
September 26, 2018 |
ୟୁଏନ୍, ୨୬/୯(ସନ୍ଧାନ ନିୟୁଜ) : ରାଫେଲ୍ ଚୁକ୍ତି ସମ୍ପୂର୍ଣ୍ଣ ରୂପେ ଦୁଇ ଦେଶର ସରକାରୀ ସ୍ତରରେ କାର୍ଯ୍ୟକାରୀ ହୋଇଛି। ଚୁକ୍ତି ସ୍ୱାକ୍ଷର ହେବା ବେଳେ ସେ ଦାୟିତ୍ୱରେ ନଥିଲେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାର୍କୋନ୍ କହିଛନ୍ତି। ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମାର୍କୋନ୍ କହିଛନ୍ତି ଯେ ଅନିଲ୍ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ରାଫେଲ ଚୁକ୍ତି ବେଳେ ଅଫ୍ସେଟ୍ ପାର୍ଟନର ରୂପେ ଚୟନ କରାଯାଇଥିଲା କି ନାହିଁ ସେ ବିଷୟରେ ସେ ଅବଗତ ନ ଥିଲେ। ଗତ ବର୍ଷ ଭାରତ ସରକାର ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ୨୦୧୯ ସେପ୍ଟେମ୍ବରରୁ ଜେଟ୍ ପ୍ରେରଣ ଆରମ୍ଭ ହେବ। ଚୁକ୍ତି ସ୍ୱାକ୍ଷରିତ ହୋଇସାରିବା ପରେ ସେ ଦାୟିତ୍ୱ ନେଇଛନ୍ତି। ତେଣୁ ସେ ବିଷୟରେ କିଛି କହିପାରିବେ ନାହିଁ। ଅବଶ୍ୟ ଏଭଳି ଚୁକ୍ତି ସରକାରୀ ସ୍ତରରେ ହୋଇଥିବାରୁ ମଧ୍ୟସ୍ଥି କିମ୍ବା କୌଣସି ଘରୋଇ ସଂସ୍ଥାର ଭୂମିକାକୁ ସେ ଅସ୍ୱୀକାର କରିଛନ୍ତି।

Related Posts
About The Author