ରାତିରେ ହାତୀପଲ, ଗାଁ ଲୋକେ ହଟହଟା

Spread the love

ବାରିପଦା ,ବରୁଆଁ, ୪/୯/୨୦(ସନ୍ଧାନ ନିଉଜ\ଲିଙ୍ଗରାଜ ପଣ୍ଡା ): ମଙ୍ଗଳବାର ସମୟ ରାତି ସାଢ଼େ ୯ଟା ଅଚାନକ ରାତିରେ ପଶି ଆସିଲେ ହାତୀପଲ । ରରୁ ଆଁ ବ୍ଳକ୍ କନିକା ଗ୍ରାମରେ ଏହି ବଣୁଆ ହାତୀ ପ୍ରବେଶ କଲେ । ସାରା ଦିନର କ୍ଲାନ୍ତି ମେଣ୍ଟାଇବାକୁ ଲୋକେ ଖାଇ ସାରି ବିଶ୍ରାମ ନେବାକୁ ଯାଉଥିବା ବେଳେ ପାଖ ଗାଁରୁ ଶୁଭିଲା ହାତୀ ଗର୍ଜନ।ଏହାସାଙ୍ଗକୁ ଲୋକଙ୍କ କୋଳାହଳ। ଟର୍ଚ ମାରି ମଶାଲ ଜାଳି ହାତୀ ପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ
ଶତାଧିକ ଲୋକ । ଏହି ହାତୀ ପଲରେ ଛୁ ଆ ହାତୀ ସମେତ ରହିଛନ୍ତି ଦନ୍ତା । ଯେତେ ପ୍ରକାର ଉଦ୍ୟମ କଲେ
ହେଁ ହାତୀ ଶୁଣିବାକୁ ନାହିଁ । ମାତ୍ର ୧୦୧୨ ଫୁଟ୍ ପଛରେ ଲୋକମାନେ ମଶାଲ ଧରି ଧାଇଁଛନ୍ତି ତଥାପି ହାତୀ
ଚଲାପଥରେ ବ୍ୟତିକ୍ରମ ନାହିଁ । ଗାଁ ଭିତରେ ହାତୀ ପଲକୁ ଦେଖୁ ଗ୍ରାମବାସୀ ଛାନିଆ ହୋଇ ଉଠିଲେ । ପିଲାଛୁ
ଆ ସମସ୍ତେ ଭୟଭୀତ ହୋଇ ଉଠିପଡ଼ି ଧୀ’ଦୌଡ଼ ଆରମ୍ଭ କରିଥିଲେ । ବନବିଭାଗ କର୍ମଚାରୀମାନେ ବାଣ
ଫୁଟାଇ ହାତୀମାନଙ୍କ ଗତି ପଥ ବଦଳାଇବାକୁ ଚେଷ୍ଟା ଚଳାଇଛନ୍ତି । ହାତୀ ପଲ ଯୁଆଡ଼େ ଗଲେ ଦଳିମକଚି
ବ୍ୟାପକ ଧାନ ଫସଲ ନଷ୍ଟ କଲେ । ବାଉଁଶପୁର, ଅଙ୍ଗାରପଦା, ପଳସା, ଚିରୁ ହାତୁ, ତୁଳସୀପୁର ଗାଁର ଶତାଧିକ
ଚାଷୀଙ୍କ ବହୁ ଚାଷ ଜମି ହାତୀ ଦଳି ଦେଇଛନ୍ତି । ଗତ କିଛିଦିନ ହେଲାଣି ରରୁଆଁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ହାତୀ
ଉପଦ୍ରବ ଜାରି ରହିଛି । ଏଥିଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ଘର ଭାଙ୍ଗି ଦେବା ଘଟଣା ବୃଦ୍ଧି ପାଉଛି ।
କ୍ଷତିଗ୍ରସ୍ତ ଚାଷୀ ଓ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

Related Posts

About The Author

Add Comment