ନୀଳଗିରି, ୦୮.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ରବିବାରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଗସ୍ତକରିଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ।ନୀଳଗିରି ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।ସମ୍ମାନୀତଅତିଥିଭାବେ ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ,ବିଜେଡିନେତା ଗତିକୃଷ୍ଣ ନନ୍ଦ, ବିଜୟ କୁମାର ଲେଙ୍କା ଉପସ୍ଥିତ ଥିଲେ। ରାଜ୍ୟ ସରକାର ଏବେ ଗାଁମାନଙ୍କରେ କ୍ରୀଡ଼ାର ବିକାଶ କରୁଥିବା ବେଳେ ନୀଳଗିରି ଆଦିବାସୀ ବହୁଳ ଅଂଚଳରେ ଏଭଳି କ୍ରୀଡ଼ାର ଆୟୋଜନ ନେଇ ସେ ଆୟୋଜକ ତଥା ବିଜେଡି ନେତା ସବ୍ୟସାଚୀ ମହାପାତ୍ରଙ୍କୁ ବେଶ ପ୍ରଶଂସା କରିଥିଲେ।ଉପସ୍ଥିତ ଖେଳାଳି ମାନଙ୍କୁ ପ୍ରତ୍ସାହନ ଯୋଗାଇବା ସହ ନୀଳଗିରି ରେ କ୍ରୀଡ଼ାର ବିକାଶ ପାଇଁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି।
ରାଜ୍ୟ କ୍ରୀଡାମନ୍ତ୍ରୀ କ୍ରୀଡ଼ାର ବିକାଶ ପାଇଁ ସେ ପଦକ୍ଷେପ ନେବେ
|
February 8, 2021 |
