ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ଚତୁର୍ଥ ସନ୍ଧ୍ୟା

Spread the love

ଯାଜପୁର, ୨୬/୧୨- ଅନନ୍ୟା ସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ଅନନ୍ୟାର ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରାକ୍ତନ ରାଜ୍ୟସଭା ସାଂସଦ ତଥା ଓଡ଼ିଶା ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ମୁଖ୍ୟ ବିନ୍ଧାଣୀ ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ମା’ ବିରଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉତ୍ସବର ଶୁଭଉଦ୍‌ଘାଟନ କରିଥିଲେ । ସଙ୍ଗଠନର ସମ୍ପାଦକ ହୃଷୀକେଶ ପତି ସ୍ତୋତ୍ରପାଠ କରିଥିବା ବେଳେ ଉପ-ସଭାପତି ବିଭୂତି ଭୂଷଣ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଅଧ୍ୟକ୍ଷ ଅଶୋକ କୁମାର ଦାସ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ କାହ୍ନୁ ଚରଣ ମିଶ୍ର ପୁସ୍ତକ ମେଳା ସମ୍ବନ୍ଧରେ ବିଭିନ୍ନ ଦିଗରେ ଆଲୋଚନା କରିବା ସହ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ ରାଜ୍ୟ ସଭା ସାଂସଦ ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ପୁସ୍ତକ ମାଧ୍ୟମରେ ନୂତନ ଜାଗରଣ ଓ ବିପ୍ଳବ ଆଣିହୁଏ । ପୁସ୍ତକ ମନୁଷ୍ୟର ଜୀବନର ଗତିପଥ ବଦଳାଇଦେଇଥାଏ । ପୁସ୍ତକ କାଳ କାଳ ଧରି ଯଶସ୍ୱୀ ଲେଖକ , କବି ଓ ପ୍ରାବନ୍ଧିକଙ୍କ ସ୍ମୃତିକୁ ଉଦ୍‌ଜୀବିତ କରିରଖେ । ପୁସ୍ତକ ମେଳା ଛାତ୍ରଛାତ୍ରୀ, ଯୁବକ ଯୁବତୀ, ବୃଦ୍ଧବୃଦ୍ଧା ସମସ୍ତଙ୍କର ଆବାଶ୍ୟକତା ପୁରଣ କରିଥାଏ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତାଭାବେ ଓଡ଼ିଶା ଭାଷା, ସାହିତ୍ୟ ଗବେଷଣା ଅଧିଷ୍ଠାନର ସଚିବ ଡ଼ଃ ସୁବ୍ରତ କୁମାର ପୃଷ୍ଟି ଯୋଗଦେଇ ପୁସ୍ତକ ଚିର ଯୌବନା ଓ ଭଲ ପୁସ୍ତକଟିଏ ଯେତେ ପଢ଼ିଲେ ମଧ୍ୟ ପୁରୁଣା ଲାଗେନାହିଁ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣା ଯୋଗଦେଇ କବି ଓ ପ୍ରାବନ୍ଧିକ ନିଜର ଚିନ୍ତା ଓ ଚେତନାକୁ ପୁସ୍ତକ ମାଧ୍ୟମରେ ପ୍ରକାଶ କରିଥାଏ । ପୁସ୍ତକ ନଥିଲେ ପୃଥିବୀର ବଡ଼ ବଡ଼ ଦାର୍ଶନିକ ଓ ବୈଜ୍ଞାନିକ ପ୍ରାବନ୍ଧିକଙ୍କୁ ଆଜି କେହିବି ଚିହ୍ନି ପାରିନଥାନ୍ତେ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ବିରଜା ଜ୍ୟୋତିର ସମ୍ପାଦକ ଡ଼ଃ ଜ୍ଞାନରଂଜନ ପତି ପୁସ୍ତକ ର ବିକଳ୍ପ ନାହିଁ, ପୁସ୍ତକ ମଣିଷ୍ୟକୁ ସତ୍ ମାର୍ଗରେ ପରିଚାଳିତ କରିବା ପାଇଁ ପ୍ରେରଣା କରିଥାଏ ବୋଲି ପ୍ରକାଶ କରିଥିଲେ । ଆହ୍ୱାନ ନାଟ୍ୟସଂସ୍ଥା ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ନାଟ୍ୟକାର ବିଶ୍ୱଜିତ୍ ସାହୁ ଓ ତାଙ୍କ ସାଥୀମାନେ ଗାନ କରିଥିଲେ । ଡ଼ି.ଏ.ଭି ଡ଼୍ୟାନ୍ସ ସ୍କୁଲ୍ ପକ୍ଷରୁ ସନ୍ତୋଷ ମିଶ୍ର ଓ ଦିବ୍ୟଜ୍ୟୋତି ଦାସଙ୍କ ନିର୍ଦ୍ଦେଶନାରେ ନିହାରିକା ସାମନ୍ତ, କ୍ରୀଷ୍ଣା ଅର୍ପିତା, ରଶ୍ମିତା ମିଶ୍ର, ସାଇସ୍ମିିତା ନାୟକ , ମାନ୍ୟତା ମହାନ୍ତି, ଦୀପ୍ତି ପତି, ସୋନାକ୍ଷୀ ଦାସ, ହରପ୍ରିୟା ପତି ପ୍ରଭୃତି ସ୍ୱାଗତ ନୃତ୍ୟ ଓ ସାସ୍କୃତିକ ବିଚିତ୍ରା ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଅପରାହ୍ନରେ କବିତା ପାଠୋତ୍ସବ କୁ ଦଶରଥ ସାମଲ, ପ୍ରଭାତ ମଲ୍ଲିକ, ଜିତେନ୍ଦ୍ର ବେହେରା, ମନୋଜ ନାଥ, ଲକ୍ଷ୍ମିପ୍ରିୟା ରାଉତରାୟ, ରଞ୍ଜିତା ଦାସ, ପ୍ରଦୀପ୍ତ ଦାସ, ଗିରିଧାରୀ ସ୍ୱାଇଁ, ଭୁବନ ମୋହନ ମହାନ୍ତି, ନିତ୍ୟାନନ୍ଦ ମହାନ୍ତି, ରାମଚନ୍ଦ୍ର ଦାସ, ନାରାୟଣ ମହାଳିକ, ନାରାୟଣ ଦାସ ଏବଂ ବହୁ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ । କବି ପ୍ରଫୁଲ୍ଲ କୁମାର ସାହୁଙ୍କ ରଚିତ “ଶ୍ରୀକୃଷ୍ଣଙ୍କ ଦ୍ୱାରିକା ଲୀଳାମୃତ” ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅଧିକାରୀ ନବ କିଶୋର ଦାସ, ଅକ୍ଷୟ କୁମାର ପଣ୍ଡା, ଉଦୟ ନାରାୟଣ ପରିଡ଼ା, ବିନୋଦ ଚନ୍ଦ୍ର ନାୟକ ଓ ସୁଧାଂଶୁ ଶେଖର ରଥ, ଅନିଲ୍ ମହାନ୍ତି, ବଳରାମ ମହାନ୍ତି, ଅକ୍ଷୟ ପୃଷ୍ଟି, ବୃନ୍ଦାବନ ମିଶ୍ର, ଅଭିମନ୍ୟୁ ମିଶ୍ର, ଜୟନ୍ତ ବେହୁରିଆ, ମହେଶ ମହାନ୍ତି, ମଧୁସ୍ମିତା ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୁକ୍ତ କୁଇଜ୍‌କୁ ସୁବାସ ଚନ୍ଦ୍ର ମହାପାତ୍ର, ବିନୋଦ ଚନ୍ଦ୍ର ନାୟକ ପ୍ରମୁଖ ସଞ୍ଚାଳନ କରିଥିଲେ । ଗଣମାଧ୍ୟମର ସଂଯୋଜକ ଆଦିତ୍ୟ ମହାନ୍ତି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ସାଂସ୍କୃତିକ ସମ୍ପାଦକ ପାଣ୍ଡବ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment