କଟକ, ୨୭/୦୧/୨୦୧୨ (ସନ୍ଧାନ ନିଉଜ) ରାଜ୍ୟରେ ଥମିବାର ନା ଧରୁନି ଧଳାଜହର କାରବାର । କଟକ ଲାଲବାଗ ଥାନା ପୋଲିସ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ପାଣ୍ଡୁଲି ଓରଫ ଅଭିମନ୍ୟୁ ପଣ୍ଡା ଓ ଜାକି ଓରଫ ଜାକେଶ୍ୱର ବେହେରା । ଏନେଇ କଟକ ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଦୁଇ ଜଣ ବାଲେଶ୍ୱରରୁ ବ୍ରାଉନସୁଗାର ଆଣି କଟକ ସହରର ବିଭିନ୍ନ ସ୍ଥାନରେ ପୁଡିଆ କରି ବିକ୍ରି କରିବାର ଯୋଜନା କରିଥିଲେ । ମାତ୍ର ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଏହାସହିତ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ସେହିପରି ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ସହ ଏକ ବାଇକ ଜବତ ହୋଇଛି । ତେବେ ଏହି ବ୍ରାଉନସୁଗାର କାରବାରରେ ଆଉ କାହାର ଲିଙ୍କ ରହିଛି ସେନେଇ ପୋଲିସ ଖୋଲତାଡ କରୁଛି ।




