ରାଉରକେଲାରେ ବିଜେପିର ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ

Spread the love
  •  
  •  
  •  
  •  
  •  
ରାଉରକେଲା, ୧୦/୦୯ (ସନ୍ଧାନ ନିଉଜ) : ପୁରୀ ବଗଲା ଧର୍ମଶାଳା ମାମଲାରେ ବିଜେପି ସାରା ରାଜ୍ୟରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି । ସାମାଜିକ ଗଣମାଧ୍ୟମରେ ସଚେତନତା କରିବା ସହ ଇ-ପିଟିସନ ଦାଖଲ କରୁଛି । ଯାହାକୁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ଉଦଘାଟନ କରିଛନ୍ତି ।  ଏପଟେ ରାଉରକେଲାରେ ମଧ୍ୟ ସରକାରଙ୍କୁ ବିରୋଧ କରାଯାଇ ଆଜି ଦିନ 11ଟାରୁ ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ସେକ୍ଟର-3 ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ଏହାକୁ ରାଜ୍ୟ ବିଜେପି ପ୍ରବକ୍ତା ଧୀରେନ ସେନାପତି ଆରମ୍ଭ କରିଛନ୍ତି ।ଧୀରେନ ସେନାପତିଙ୍କ ନେତୃତ୍ବରେ ଅନେକ ସଂଖ୍ୟାରେ ବିଜେପି କର୍ମୀ ଏଠାରେ ଉପସ୍ଥିତ ରହି ଦସ୍ତଖତ କରିଥିବା ଦେଖିବାକୁ ମିଳିଛି । ଏହି ଧର୍ମଶାଳାକୁ ଗରିବ ଭକ୍ତଙ୍କ ଉଦ୍ଦେଶ୍ୟରେ ରଖିବାକୁ ଏହି ଅବସରରେ ଦାବି କରାଯାଇଛି ।

Related Posts

About The Author

Add Comment