ରାଉରକେଲା, ୨୬/୧୨ (ସନ୍ଧାନ ନିୟୁଜ): ଉନ୍ମୋଚନ ହେଲା ସ୍ବର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ଅବସରେ ଆଜି 9 ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଛି । ରାଉରକେଲା ଇସ୍ପାତ କାରଖାନା ତରଫରୁ ନିର୍ମିତ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ 9 ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ସାଂସଦ ଜୁଏଲ ଓରାମ ଉନ୍ମୋଚନ କରିଛନ୍ତି । ସେକ୍ଟର-4 ରେ ଏହି ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି । ତେବେ ଗୁଜରାଟରେ ବଲ୍ଲଭ ଭାଇ ପଟେଲଙ୍କ ବିରାଟ ମୂର୍ତ୍ତି ତିଆରି କରିଥିବା କାରିଗର ଏହି ବ୍ରୋଞ୍ଜ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ତରଫରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ସିଇଓ ଦୀପକ ଚତରାଜଙ୍କ ସହିତ ବରିଷ୍ଠ ଅଧିକାରୀ, ଟ୍ରେଡ଼ ୟୁନିୟନ ପ୍ରତିନିଧି ଓ ବହୁ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ । ବିଧାୟକ ସାରଦା ପ୍ରସାଦ ନାୟକ ତଥା ସୁବ୍ରତ ତରାଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରାଉରକେଲାରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିମୂର୍ତ୍ତି ଉନ୍ମୋଚନ
|
December 26, 2019 |
