ରସୁଲପୁର, ୩/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର-ସାମନ୍ତରାପୁର ସେତୁର ଶିଳାନ୍ୟାସ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ରାଉତରାପୁର ପଂଚାୟତଠାରେ ଅନୁଷ୍ଠିତ ଏହି ଉତ୍ସବରେ ବରୀ ବିଧାୟକ ଦେବାଶିଷ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେତୁ ପାଇଁ ଶିଳାନ୍ୟାସ କରିଥିଲେ । ଏଥି ସହ ବିଧାୟକ ଶ୍ରୀ ନାୟକ ଏକ ସାଧାରଣରେ ସଭାରେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ ।
ବ୍ରାହ୍ମଣୀ ନଦୀର ରାଉତରାପୁର ରୁ ସାମନ୍ତରାପୁର ପଂଚାୟତକୁ ସଂଯୋଗ କରୁଥିବା ସ୍ଥାନରେ ଏକ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଜନସାଧାରଣଙ୍କ ଦାବି ହୋଇଆସୁଥିଲା । ଉକ୍ତ ଦାବି ମୁତାବକ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏକ ବିଜୁ ସେତୁ ନାମରେ ଅର୍ଥ ମଂଜୁର କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା । ସରକାରୀ ଭାବରେ ପୋଲ ନିର୍ମାଣ ପାଇଁ ୨୨କୋଟି ଟଙ୍କା ମଂଜୁର ହୋଇଛି । ଉକ୍ତ ପୋଲର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ । ଆସନ୍ତା ଦିନମାନଙ୍କରେ ଲୋକମାନଙ୍କର ଯାତାୟତକୁ ନେଇ ରହି ଆସୁଥିବା ଅସୁବିଧା ଦୂର ହୋଇପାରିବ ବୋଲି ବିଧାୟକ ମତ ରଖିଥିଲେ । ଏଥିସହ ବିଧାୟକ ଏକ ଶୋଭାଯାତ୍ରାରେ ଆସି ସାଧାରଣ ସଭାରେ ଯୋଗଦେଇଥିଲେ । ସ୍ଥାନୀୟ ସରପଂଚ ରେଣୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ମତ ରଖିଥିଲେ । ବରୀ ବିଜେଡି ସଭାପତି ସେକ୍ ସଫି ଉଦ୍ଦିନ, ସରପଂଚ କେଦାର ସାମଲ, ପ୍ରଫୁଲ ସାହୁ, ଅଭିମନୁ୍ୟ ମହାଳିକ, ସମିତି ସଭ୍ୟା ଉମାରାଣୀ ନାୟକ, ବିଜେଡି ନେତା ପ୍ରଦୀପ ଦାସ, ଯୁବନେତା ପ୍ରଭାତ ପୃଷ୍ଟି, ପ୍ରାକ୍ତନ ସରପଂଚ ଅର୍ଜୁନ ନାୟକ, ରବିନ୍ଦ୍ର ସାହୁ, ନରହରି ସାହୁ, ମଦନ ମଳିକ, ବିଦ୍ୟାଧର କରଣ, ବାସୁଦେବ ସର, ବାବୁଲି ସେଠୀ, ପ୍ରକାଶ ମହାଳିକ, ଗୋକୁଳି ସେଠୀ, କାଶିନାଥ ପୃଷ୍ଟି, ଅନନ୍ତ ମହାଳିକ, ମାନସ ସାମଲ, ପ୍ରଭାକର କୁଣ୍ଡୁ, ଅନିରୁଦ୍ଧ ପୃଷ୍ଟି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଦଶରଥ ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ ।
ରାଉତରାପୁର-ସାମନ୍ତରାପୁର ସେତୁ ଶିଳାନ୍ୟାସ ଉତ୍ସବ
|
March 4, 2019 |



