ରାଇରଙ୍ଗପୁରରେ ପଙ୍ଖାରେ ଝୁଲି ମହିଳାଙ୍କ ଆତ୍ମହତ୍ୟା

Spread the love

ରାଇରଙ୍ଗପୁର ୧୫/୦୯ (ସନ୍ଧାନ ନିଉଜ /ପରେଶ୍ ଚନ୍ଦ୍ର ଷଡଙ୍ଗୀ) ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଲିଙ୍କ୍ ରୋଡ ରେ ଜନୈକ ମହିଳା ଘରେ ପଙ୍ଖା ରେ ଚୁନୁରି ଲଗାଇ ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକେ କହିଛନ୍ତି । ସୂଚନାଯୋଗ୍ୟ ଅଙ୍ଗାର ପଦା ଗ୍ରାମ ର ଜଗଦୀଶ ବାସ୍କେ, ତାଙ୍କ ସ୍ତ୍ରୀ ଓ ପୁଅ ଝୀଅ ଙ୍କୁ ନେଇ ରାଇରଙ୍ଗପୁର ରେ ନିଜ ସ°ପର୍କୀୟ ଘରେ ଭଡ଼ାରେ ରହୁଥିଲେ ସୋମବାର ଦିନ ଖରାବେଳେ କେହି ନ ଥିବା ସମୟରେ ଜଗଦୀଶ ଙ୍କ ସ୍ତ୍ରୀ ସୀତା ମଣି ବାସ୍କେ ମାନସିକ ଭାରସାମ୍ୟ ହରାଇ ପଙ୍ଖା ରେ ଝୁଲି ଜୀବନ ହାରି ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତକ ଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଛି । ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ହେବ ମୃତ୍ୟୁ ର କାରଣ ଅସ୍ପଷ୍ଟ ଅଛି ।

Related Posts

About The Author

Add Comment