ରସୁଲପୁର ବ୍ଲକ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମୀଳନୀ ଡକାଗଲା

Spread the love

ଯାଜପୁର ସଦର, ୦୯ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରଶାସନ ପକ୍ଷରୁ ରସୁଲପୁର ବ୍ଲକରେ ନୂଆ ୫ଟି କାର୍ଯ୍ୟକ୍ରମ କରାଯାଇଥିବା ବେଳେ, ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସବିଶେଷ ବିବରଣୀ ଦେବାପାଇଁ ଗତକାଲି ରସୁଲପୁର ବ୍ଲକ ପରିଶରରେ ରସୁଲପୁର ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମର ରାଉତ, ରସୁଲପୁର ବ୍ଲକ ବିଡ଼ିଓ ଅବନିକାନ୍ତ ସାହୁଙ୍କ ଦ୍ୱାରା ବ୍ଲକ ସମ୍ମୀଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମୀଳନୀ ଆୟୋଜନ କରାଯାଇଥିଲା । ଏଥେô ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୧୧ ତାରିଖ ଅପରାହ୍ନ ୩ଘଟିକା ସମୟରେ ନୁଆ କ୍ରିଡ଼ା ପ୍ରତିଯୋଗିତାର ପୁରସ୍କାର ଉତ୍ସବ କୁଆଖିଆ ନିକଟସ୍ଥ ବିଜୁ ଗ୍ରାମୀଣ ପରିବା ମାର୍କେଟରେ ଅନୁଷ୍ଟିତ ସେହିପରି ୧୨ତାରିଖରେ ୪ର୍ଥ ପର୍ଯ୍ୟାୟରେ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୮ଟି ରୁପାନ୍ତରିତ ହାଇସ୍କୁଲର ଉଦ୍ଧାତଟନୀ ଉତ୍ସବ ଅନୁଷ୍ଟିତ ହେବ । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରତି ପଂଚାୟତରେ ବୁଲିଥିବା ଅର୍ପଣ ରଥର ଆଦାୟକରାଯାଇଥିବା ୨୩୭ଟି ପ୍ୟାକେଟରେ ୫୯,୨୫ କ୍ୱିଣ୍ଟାଲ, ୩ଟି ପ୍ୟାକେଟରେ ୭୫ କ୍ୱିଣ୍ଟାଲ ଗୁଆ ପୁରୀକୁ ପଠାଯିବ ବୋଲି ସୂଚନା ଦିଆଯାଇଚି । ଏହା ଛଡ଼ା ୧୩ ତାରିଖରେ ଜିଲ୍ଲା ସ୍ତରୀୟ ନୁଆ ଖେଳ ପ୍ରତିଯୋଗିତା ଯାଜପୁରରେ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ୧୫ରେ ୫ଟି ପଂଚାୟତରେ ବ୍ୟାଙ୍କ ସେବା ଉଦ୍ଘାଟନ ହେବ । ୧୬ ତାରିଖରେ ବ୍ଲକ ସ୍ତରୀୟ ଲକ୍ଷ୍ମୀବସ ଉଦ୍ଘାଟନ ୧୬ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ବ୍ଲକର ୨୮ଟି ପଂଚାୟତ ମଧ୍ୟରୁ ପ୍ରତିଦିନ ୭ଟି ଲେଖାଏ ପଂଚାୟତରେ ରାଜ୍ୟ ସରକାରଙ୍କ ଲୋକାଭିମୁଖ୍ୟ ଉନ୍ନତି ମୁଳକ କାର୍ଯ୍ୟରେ ପ୍ରଚାର ପ୍ରସାର ନିମନ୍ତେ ନିସ୍ପତି ନିଆଯାଇଥିବା ବିଡ଼ିଓ ଅବନିକାନ୍ତ ସାହୁ, ଅଧ୍ୟକ୍ଷ ଅରୁଣ ରାଉତ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି ।

Related Posts

About The Author

Add Comment