ଯାଜପୁର ସଦର,୨୧ା୧୦ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ ଆଜି ସକାଳ ୮ଟା ୨୦ମିନିଟ ସମୟରେ ରସୁଲପୁର ଅବକାରୀ ବିଭାଗର ଅଫିସର ମାନେ ଏକ ବୋଲେରୋ ଗାଡ଼ିରେ ଆସି ବେହେରା ସାହିର ପ୍ରକାଶ ବେହେରାଙ୍କ ଘରେ ଅଚାନକ ଚଢ଼ାଉ କରିବା ସହିତ କିଛି ମଦ ଜବତ କରିôତବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ମଦ ବେପାରୀ ପ୍ରକାଶ ବେହେରା ବିଭିନ୍ନ କମ୍ପାନୀର ଦେଶୀ ବିଦେଶୀ ମଦ ବେପାର କରୀ ପରିବାର ପ୍ରତିପୋଷଣ କରୁଥିବା ବେଳେ, ବାରମ୍ବାର ଅବକାରୀ ବିଭାଗ ପକ୍ଷରୁ ପ୍ରକା ଶବେହେରାଙ୍କ ଘର ଉପରେ ଚଢ଼ାଉ କରାଯାଉଥିବା ଦେଖିବାକୁ ମିଳିଥିଲା । ଅବକାରୀ ବିଭାଗର ଉଚ୍ଚ ପଦସ୍ତ ଅଫିସର ମାନେ ଶ୍ରୀ ବେହେରଙ୍କ ଘରେ ଚଢ଼ାଉକରି ପୂର୍ବରୁ ଗିରଫ କରିଥିଲା । ଗିରଫ ହେଲାପରେ ପ୍ରକାଶ ଓ ତାଙ୍କ ପରିବାର ବେଲରେ ଆସିଥିଲେ । ପ୍ରକାଶ ବେହେରା ଜଣେ ଅନ୍ଧ ହୋଇଥିବାରୁ ଏହି ମଦ ବେପାର କରି ପରିବାର ପ୍ରତିପୋଷଣ କରେ । ଯାହାକି ଆଜି ସକାଳୁ କୁଆଖିଆ ଅବକାରି ବିଭାଗ ପକ୍ଷରୁ ଅଫିସର ମାନେ ପ୍ରକାଶ ଘର ଉପରେ ଚଢ଼ାଉକରି କିଛି ମଦ ଜବତ କରିବା ସହିତ ଘଟଣାସ୍ଥଳରୁ ଆସୁଥିବା ବେଳେ, ଆମ ଜିଲ୍ଲା ପ୍ରତିନିଧି ଅବକାରୀ ବିଭାଗର ଅଫିସର ମାନଙ୍କୁ କେତେ ମଦ ଜବତ ଜବତ କରାଗଲା ବୋଲି ପଚାରିବାରୁ ଆମ ପ୍ରତିନିଧିଙ୍କୁ କହିଲେ ଆମେ ମଦ ଜବତ କରି ଚୁପରେ ଜଣାଇବୁ ବୋଲି କୁଆଖିଆ ଅବକାରୀ ବିଭାର ଅଫିସରମାନେ ସୂଚନା ଦେଇଥିଲେ । ଏବଂ ସେହିପିର କୁଆଖିଆ ଅବକାରୀ ବଭାଗର ଅଫିସରମାନେ ଏହି ବ୍ଲକ୍ର ବିଭିନ୍ନ ଜାଗାରେ ଚୋରାରେ ମଦ ବିକ୍ରି କରୁଥିବା ମଦ ବେପାରୀ ମାନଙ୍କୁ ଧରବି ହସିତ ସେମାନଙ୍କ ନିକଟରୁ ମଦ ଜବତ କରିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, କୁଆଖିଆ ଅବକାରୀ ବିଭାଗ ପକ୍ଷରୁ କେତେ ମଦ ଓ କେଉଁ କମ୍ପାନୀର ମଦ ଜବତ କରାଯାଇଚି ପଚାରିବାରୁ ରେଡ ସରିଲେ ତାହା ଆମେ ଜଣାଇବୁ ବୋଲି ଆମ ପ୍ରତିନିଧିଙ୍କୁ କହିଥିଲେ । ରିପୋର୍ଟ ଲେଖାହେବା ବେଳେକୁ କେତେ ମଦ ଅବକାରୀ ବିଭାଗ ଜବତ କରିଚି ତାହା ଜଣା ପଡ଼ିନଥିଲେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଧୁଚନା ମିଳିନଥିବା ଜଣାଯାଇଚି ।
ରସୁଲପୁର ଅବକାରୀ ବିଭାଗ ପକ୍ଷରୁ ବନ୍ଧଡିହରେ ଚଢ଼ାଉ
|
October 22, 2021 |



