ରାଉରକେଲା/ଲାଠିକଟା ୨୪/୧୨ (ସନ୍ଧାନ ନିୟୁଜ): ଗତକାଲି ସୋମବାର ପୁଲିସ ଦ୍ୱାରା ଗିରଫ ହୋଇଥିବା ରସିକ ବିହାରୀକୁ ଆଜି ମଙ୍ଗଳବାର ପୁଲିସ କୋର୍ଟଚାଲାଣ କରିଛି l ଏହି ଘଟଣା ରାଉରକେଲା ସହରରେ ଆଲୋଡନ ଖେଳାଇ ଦେଇଛି l ଗତକାଲି ମଧ୍ୟାନରେ ଫର୍ଟିଲାଇଜ଼ର ଗଞ୍ଜୁ ମାର୍କେଟ ରାସ୍ତାରେ ବିହାର ମୁଜାଫରନଗର ଅଂଚଳର ରାହୁଲ ଚୌଧୁରୀ ନାମକ ଜଣେ ଯୁବକଙ୍କୁ ଜଣେ ମହିଳା ନିସ୍ତୁକ ମାଡ ମାରିବା ଦେଖିବାକୁ ମିଳିଥିଲା |
ଏହି ଘଟଣାର ଖବର ପାଇ ଟାଙ୍ଗରପାଲି ପୁଲିସ କର୍ମୀ ଘଟଣାସ୍ଥଳ ପହଂଚି ସେହି ଯୁବକାଙ୍କୁ ଉଦ୍ଧାର କରି ଥିଲେ | ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ 8 ମାସ ତଳେ ବିହାର ଅଂଚଳର ଜଣେ ଯୁବକଙ୍କ ସହ ଫର୍ଟିଲାଇଜ଼ର ନାରାୟଣୀ ମାର୍କେଟ ଠାରେ ରହୁଥିବା ଯୁବତୀ ସହ ସହ ପ୍ରେମ ସମ୍ପର୍କ ଗଢ଼ୀ ଉଠିଥିଲା | ସେତେବେଳେ ଯୁବକ ପ୍ରେମିକାଙ୍କୁ ଅପହରଣ କରି ନେଇ ଯାଇଥିବା ବେଳେ ଆଜି ରାଉରକେଲା ଆସିଥିବା ବେଳେ ଝିଅର ମାଆଙ୍କ ହାବୁଡ଼ ରେ ପଡିଥିଲେ | କଥିତ ପ୍ରେମୀ ଯୁବକଙ୍କୁ ମହିଳା ମାଡ଼ ମାରିବା ବେଳେ ଗଞ୍ଜୁ ମାର୍କେଟ ରାସ୍ତା କିଛି ସମୟ ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା | କେହି ଜଣେ ଟାଙ୍ଗରପାଲି ପୁଲିସକୁ ଖବର ଦେବା ପରେ ପିସିଆର ଗାଡି ମାଡ ଖାଉଥିବା ଯୁବକଂକୁ ଉଦ୍ଧାର କରି ଥାନା କୁ ନେଇ ଥିଲା, ପରେ ଯୁବତିଙ୍କ ଏତଲା ଆଧାରରେ ପୁଲିସ ପ୍ରେମିକ ରାହୁଲଙ୍କୁ ଗିରଫ କରିଥିଲା |
SUBODHA NAYAK, ROURKELA