ନୂଆଦିଲ୍ଲୀ, ୫/୮(ସନ୍ଧାନ ନିୟୁଜ): ନୂଆଦିଲ୍ଲର ଅଲ୍ଲୀପୁର ନିକଟସ୍ଥ ଯମୁନା ନଦୀରେ ଗାଧୋଉ ଥିବା ସମୟରେ କେତେଜଣ ପିଲା ବୁଡି ଯାଇଥିବା ରବିବାର ଖବର ମିଳିଥିଲା। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ଶବକୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ଶବକୁ ଉଦ୍ଧାରକାରୀଦଳ ଖୋଜୁଛନ୍ତି । ନଦୀ ପାଖରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି
ମିଳିଥିବା ସୂଚନା ଅନୁସାରେ, ରବିବାର ଛୁଟିଦିନ ଥିବାରୁ ହରିୟାଣାରୁ ୭ଜଣ ଛାତ୍ର ଯମୁନା ନଦୀରେ ଗାଧୋଇବା ଲାଗି ଦିଲ୍ଲୀ ଆସିଥିଲେ। ତେବେ ସେମାନେ ନୂଆ ହୋଇଥିବାରୁ ପାଣିର ଗଭୀରତା ଜାଣିପାରି ନଥିଲେ । ସାଙ୍ଗ ହୋଇ ସମସ୍ତେ ଗାଧୋଉଥିଲେ । ନଦୀରେ ପ୍ରବଳ ସ୍ରୋତଥିବା କାରଣରୁ ୪ଜଣ ପିଲା ସେହି ସ୍ରୋତରେ ଭାସିଯାଇଥିବା ଜଣାପଡିଛି ।