ବାରିପଦା, 01.12.2020 (ଲିଙ୍ଗରାଜ ପଣ୍ଡା)-ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ଗତ ୨୯ ଦିନ ମଧ୍ୟରେ ଗତକାଲି ପଞ୍ଚମ ରବିବାରରେ ସର୍ବାଧୂକ ୫୮୫ ଜଣ ପର୍ଯ୍ୟଟକ ବୁଲିଛନ୍ତି ତନ୍ମଧ୍ୟରେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହ ୧୨୪ ଜଣ ରାଜ୍ୟ ବାହାରର ପର୍ଯ୍ୟଟକ ଥିେଲ କେବଳ ରବିବାର ଗୋଟିଏ ଦିନରେ ଶିମିଳିପାଳ ବୁଲିବା ପାଇଁ ମୋଟ ୧୦୦ଟି ଗାଡିରେ ୨ ଜଣ ବିଦେଶୀ ଓ ୧୨୪ ଜଣ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସମେତ ମୋଟରେ ୫୮୫ ଜଣ ପର୍ଯ୍ୟଟକ ଯାଇଥିଲେ, ଯାହାକି ଶିମିଳିପାଳ ଖୋଲିବା ପରଠାରୁ ଗୋଟିଏ ଦିନରେ ଏହା ସର୍ବାଧକ । ତନ୍ମଧ୍ୟରୁ ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶ ପଥ ମଧ୍ୟରୁ ବାରିପଦା ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ୫୫ଟି ଗାଡିରେ ୨ ଜଣ ବିଦେଶୀ ପର୍ଯ୍ୟଟକ ଓ ୫୮ ଜଣ ରାଜ୍ୟ ବାହାରଙ୍କ ସମେତ ୩୨୯ ଜଣ ପର୍ଯ୍ୟଟକ ଏବଂ ଯଶିପୁର । କାଳିଆଣି ତନଖୁ ଫାଟକ ଦେଇ ୪୫ଟି ଗାଡିରେ ରାଜ୍ୟ ବାହାରର ୬୬ ଜଣଙ୍କ ସମେତ ୨୫୬ ଜଣ ପର୍ଯ୍ୟଟକ ଯାଇଥିେଲ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ଗତକାଲି ସୁଦ୍ଧା ୨୯ ଦିନ ମଧ୍ୟରେ ମୋଟ ୯୧୪ଟି ଗାଡ଼ିରେ ପରିଭ୍ରମଣ କରିଥିବା ମୋଟ ୫୨୩୩୯ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ବାରିପଦା ଲୁଲୁଙ୍ଗ ବାଟେ ପିଠାବଟା କରୋନା କଟକଣା ପାଇଁ ଶିଷାପାଳ ବନ୍ଧ ଭଳି ବିଭିନ୍ନ ଜଳାଶୟରେ ପୁଲିସ ତରଫରୁ ବନ୍ଦ କରାଯାଇ ଥିବାରୁ ମହିଳା ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି କହିବାକୁ ଗଲେ ଚିତ୍ରଡ଼ା ତଥା ମୋରଡ଼ା ବ୍ଲକ ଅଞ୍ଚଳରେ କାର୍ତ୍ତିକ ପୂର୍ଣ୍ଣିମାର ବିଭିନ୍ନ ଧର୍ମୀୟ ତଥା ପାରମ୍ପାରିକ କାମ ଫିକା ପଡିଥିଲା କରୋନା ପାଇଁ ।