ରଥଖଳାରେ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି

Spread the love

ପୁରୀ, ୨୭/୦୫/୨୦ (ସନ୍ଧାନ ନିଉଜ) : ରଥଖଳାରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ୩ ରଥର ସମସ୍ତ ୪୨ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗତକାଲି ନାଟଗୋଡର ସାଲ କାମ ସହ ମୁହାଂଟ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ରଥର ୮ ଟି ଲେଖାଏଁ ନାଟଗୋଡ ଆବଶ୍ୟକ। ରଥର ଦୁଆର ବେଢାରେ ଏହି ନାଟଗୋଡ ଲାଗିଥାଏ। ଗୋଟେ ଗୋଟେ ଦୁଆରରେ ୨ ଟି ଲେଖାଏଁ ଲାଗିଥାଏ ନାଟଗୋଡ ସାଲ ହୋଇସାରିବା ପରେ ସେଥିରେ ରୂପକାର ଙ୍କ ଦ୍ୱାରା ରାହୁରୂପ ଖୋଦେଇ କରାଯିବ। ପ୍ରତି ରଥ ପାଇଁ ୪ ଟି ଲେଖାଏଁ ମୁହାଂଟ ଲାଗିଥାଏ। ଏହି ମୁହାଂଟ ଦଣ୍ଡା ରେ ଲଗାଯାଏ। ସେହିପରି ଗତକାଲି ଠାରୁ ଆରମ୍ଭ ହୋଇଛି ଦଣ୍ଡା ନିର୍ମାଣ କାର୍ଯ୍ୟ। ତାଳଧ୍ୱଜ ରଥର ୯ ଟି, ଦେବଦଳନ ରଥର ୭ଟି ଓ ନନ୍ଦିଘୋଷ ରଥର ୯ ଟି ଦଣ୍ଡା ମଧ୍ୟରୁ ପ୍ରତ୍ୟେକଙ୍କ ୫ ଟି ଲେଖାଏଁ ଦଣ୍ଡା ଚରପଟ ହେଇଛି। ସାଲ ହେବା ବାକି ଅଛି। ରୂପକାର ସେବକ ମାନେ ଗୁଜ ଖୋଦେଇ ରେ ଲାଗିଛନ୍ତି। ୩ ରଥର ଗୁଜ ରେ ସିଂହରାଜ ରୁପ ଖୋଦେଇ କାଯ୍ୟ ପ୍ରାୟ ୭୫ ପ୍ରତିଶତ ଶେଷ ହୋଇଛି। କେବଳ ତାଳଧ୍ୱଜ ରଥର ସିଂହରାଜ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଚି। ଦୋଳବେଦୀ ଠାରେ ଗୟଳ କାର୍ଯ୍ୟ ଯୋରସୋର ରେ ଚାଲିଛି। ପ୍ରଥମେ ଓଲଗୟଳ ଚରପଟ ପରେ ସୁତାମାପ ଦିଆଯାଇ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ଏହାପରେ ଛନ୍ଦ ଗୟଳ କାର୍ଯ୍ୟ ଆରମ୍ଭ ହେବ। ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ଓଜା ମହାରାଣା ମାନେ ଦଣ୍ଡା କଂଟା, ଗୟଳ କଂଟା, ଜୋଖା ଏବଂ ଗୋଠି ଛାଲ ପ୍ରସ୍ତୁତ କରୁଛନ୍ତି। ଏହି ଗୋଠି ଛାଲ କଂଟା ରଥର ପ୍ରତି ଥାକରେ ବା ଓଟଳରେ ୨୫ ରୁ ୪୦ ଗୋଟି ଲାଗିଥାଏ।

Related Posts

About The Author

Add Comment