ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କଲେ ତଦନ୍ତ କମିଶନ

Spread the love

ଭୁବନେଶ୍ୱର ୩୦ା୧୧-(ସନ୍ଧାନ ନିଉଜ) ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରୁଥିବା କମିଶନ ରଘୁବୀର ଦାସ ଆଜି ତଦନ୍ତର ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କୁ ଦାଖଲ କରିଥିବା ସୂଚନା ମିଳିଛି। ମୋଟ ୩୨୪ ପୃଷ୍ଟାର ରିପୋର୍ଟ କୁ ବନ୍ଦ ଲଫାପାରେ କମିଶନ ସରକାରଙ୍କ ଗୃହବିଭାଗ ସଚିବଙ୍କୁ ପ୍ରଦାନ କରାଯାଇଛି। ରିପୋର୍ଟକୁ ସାର୍ବଜନିନ କରାଯାଇ ନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ରାଜ୍ୟରେ ବିରୋଧି ଦଳ ପକ୍ଷରୁ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ଆକ୍ରମଣ କରାଯାଇ ଏହି ଘଟଣାରେ ସରକାରଙ୍କ ସପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ବିଚାର ବଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ଗତ ଜୁନ ୬ ତାରିଖରେ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। କମିଶନଙ୍କୁ ସରକାର ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସରକାର ସମୟ ସୀମା ନିର୍ଦ୍ଧାରଣ କରିଥିହେଁ କମିଶନଙ୍କ ସୁପାରିଶ କ୍ରମେ କାର୍ଯ୍ୟକାଳକୁ ଡିସେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କମିଶନ ଜୁଲାଇ ୩୦ ତାରିଖରେ ଶୁଣାଣି ଆରମ୍ଭ କରି ଉକ୍ତ ଘଟଣାରେ ମୋଟ ୧୦ଟି ସତ୍ୟପାଠ ଗ୍ରହଣ କରିଥିଲେ। ଘଟଣା ସଂପର୍କରେ ୨ଜଣଙ୍କ ନିକଟରୁ ସାକ୍ଷ୍ୟ ଗ୍ରହଣ କରିଥିଲେ। ରତ୍ନ ଭଣ୍ଡାର ଚାବି ପୁରୀର ପୂର୍ବତନ ଜିଲାପାଳ ଟ୍ରେଜେରୀରେ ରଖିଥିବା ବେଳେ, କେଉଁଠି ଚାବି ରହିଲା ବୋଲି ସେ ସମୟରେ ଠିକ୍ ଭାବେ ମନେ ପଡିନଥିବା ତଦନ୍ତ ବେଳେ ଜଣାପଡିଛି ବୋଲି କମିଶନଙ୍କ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

News From Odiapua

Related Posts

About The Author

Add Comment