ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ

Spread the love

ଢେଙ୍କାନାଳ (ସନ୍ଧାନ ନିୟୁଜ) ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ସ୍ଥିତ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଭବନରେ ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାରୁ ଦୃଷ୍ଟିହୀନ ପିଲାମାନେ ଯୋଗ ଦେଇଥିଲେ। ସକାଳ ୧୦. ୦୦ ରୁ ଶୁଭାରମ୍ଭ କରିଥିଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ବେହେରା    ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଭବନ ରୁ ପାଦଚଲା କରି ବିଶ୍ୱ ଧଳା ବାଡ଼ି ବିଷୟରେ ଆୱାନ୍ହ କରି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ପୁଣି ଫେରିଥିଲେ। ଏଥିରେ ସହଯୋଗ କରିଥିବା ଅନୁଷ୍ଠାନ ହେଉଛନ୍ତି ନାଲକୋ, ସାମାଜିକ ସୁରକ୍ଷା ଓ ଭିର୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର, ଉତ୍କଳ ଆଜବେଷ୍ଟ ଲିମିଟେଡ଼, ଓଡିଶା ଖଣି ନିଗମ, ଜାତୀୟ ତାପଜ ବିଦ୍ୟୁତ୍ ନିଗମ, ନବ ଲିମିଟେଡ଼, ରୁଙ୍ଗଟା ଲିମିଟେଡ଼ । ୧୧. ୩୦ ମିନିଟ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏଥିରେ ସଭାପତିତ୍ୱ କରିଥିଲେ ଜଗନ୍ନାଥ ଟ୍ରଷ୍ଟ ର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ, ମୁଖ୍ୟବକ୍ତା ବିହାରୀ ନାଏକ, ବ୍ଲକ୍ ସମ୍ବଳ ଶିକ୍ଷକ ଶ୍ରୀଯୁକ୍ତ ପରେଶ ରାଉତ ଓ ରଜି ଦେବି ୱେଲଫେୟାର ଟ୍ରଷ୍ଟ ର ସମ୍ପାଦକ ଶ୍ରୀମତୀ ମଧୁସ୍ମିତା ସେଠି ଶେଷରେ ସଭାସାଙ୍ଗ କରିଥିଲେ ରଜି ଦେବି ୱେଲଫେୟାର ଟ୍ରଷ୍ଟ ର ସଭାପତି ଦୀପକ ସେଠି।

Related Posts

About The Author

Add Comment