ରକ୍ତଦାନ ଶିବିରରେ ୫୫ୟୁନିଟ ରକ୍ତ ସଂଗୃହୀତ

Spread the love

ଲାଠିକଟା, ୧୧/୦୮/୨୦ (ସନ୍ଧାନ ନିଉଜ) : ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଉତ୍କଳନଗର କ୍ଲବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ‘ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ’ପକ୍ଷରୁ ଏଭଳି ଶିବିରର ଆୟୋଜନ କରାଯାଇଥିବା ବେଳେ, ଏଥିରେ ଦକ୍ଷିଣ ରାଉରକେଲା ଯୁବ ମଂଚର ସଦସ୍ୟ ମାନେ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ । ରକ୍ତଦାନ ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାନ ଦ୍ୱାରା ଅନ୍ୟକୁ ଏକ ନୂତନ ଜୀବନ ମିଳିଥାଏ ଓ ଏହା ଏକ ମହତ କାର୍ଯ୍ୟ ବୋଲି ରକ୍ତଦାନ ଶିବିରରେ ମତ ପ୍ରକାଶ ପାଇଥିଲା । ଏହି ରକ୍ତଦାନ ଶିବିର କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଆୟୋଜନ କରାଯାଇଥିଲା ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।  କାର୍ଯ୍ୟକ୍ରମରେ ଦକ୍ଷିଣ ରାଉରକେଲା ଯୁବ ମଂଚ ପକ୍ଷରୁ ଆବାହକ ଅକ୍ଷୟ ପ୍ରହରାଜ, ଘନଶ୍ୟାମ ସାହୁ, ଦିଲିପ ସିଂ, ପ୍ରଭାତ ଜେନା,ଜଗନ୍ନାଥ ପାତ୍ର, ନରେଶ ସାହୁ,  ଜୀବନ ବିନ୍ଦୁ’ର ରାଉରକେଲା ଜିଲା ସଂଯୋଜକ କୁନବିହାରୀ ଦାସଙ୍କ ସମେତ ଆରଜିଏଚ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଡାକ୍ତର ମୀରା ସାସମଲ, ତାପସ କୁମାର ମର୍ଦରାଜ, ଶିବରାମ ସ୍ୱାଇଁ, କୈଳାସ ଚନ୍ଦ୍ର ଖଟୁଆ, ଦିଲୀପ କୁମାର ପୋଥାଳ, ଜଗୁ ବାରୱାଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment