ଯୌତୁକଜନିତ ବଧୂନିର୍ଯାତନା ଅଭିଯୋଗ, ଅଭିଯୁକ୍ତ ସ୍ୱାମୀ, ଶଶୁର ଓ ଶାଶୁ ଗଲେ ଜେଲ ହାଜତ

Spread the love

ବାରିପଦା, 14/10 (ସନ୍ଧାନ ନ୍ୟୁଜ୍) :-  ଯୌତୁକଜନିତ ବଧୂଙ୍କୁ ନାନାଭାବେ ନିର୍ଯ୍ୟାତନା ସହ ଜୀବନରୁ ମାରି ଦେବା ଉଦ୍ୟମ ଆଦି ବିଭିନ୍ନ ଅଭିଯୋଗ ନେଇ ପତ୍ନୀଙ୍କ ଦ୍ବାରା ବାରିପଦା ଟାଉନ ଥାନାରେ ରୁଜୁ ହୋଇଥିବା ମାମଲାରେ ଗିରଫ ତିନି ଅଭିଯୁକ୍ତ ସ୍ୱାମୀ ଦେବାଶିଷ ସାହୁ(୩୨), ଶ୍ବଶୁର ଗୌରାଙ୍ଗଚରଣ ସାହୁ(୫୯) ଓ ଶାଶୁ ମମତାରାଣୀ ସାହୁ(୫୦)ଙ୍କୁ ଆଜି ବାରିପଦା କୋର୍ଟ ଚାଲାଣ କରାଯିବା ପରେ ବାରିପଦା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଟାଉନ ଥାନା ଇଲାକା ଲକ୍ଷ୍ମୀପୋଷିର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କଲୋନୀ ନିବାସୀ ଦେବାଶିଷ ସାହୁଙ୍କ ପତ୍ନୀ ସୁଚରିତା ସାହୁଙ୍କ ଅଭିଯୋଗକ୍ରମେ ଥାନାରେ ସୋମବାର ସନ୍ଧ୍ୟାରେ ୬୯୯/୨୦ ନମ୍ବରର ଏକ ମାମଲା ଭାରତୀୟ ଦଣ୍ଡବିଧାନ ଆଇନର ୪୯୮(କ), ୩୨୩, ୩୪୨, ୨୯୪, ୫୦୬, ୩୫୪, ୩୦୭, ୩୧୩ ଓ ୩୪ ଦଫା ସହିତ ଯୌତୁକ ନିବାରଣ ଆଇନର ୪ ଧାରାରେ ରୁଜୁ ହୋଇଥିବା ସହ ମହିଳା ପୁଲିସ ସବ୍‌ଇନ୍ସପେକ୍ଟର ରିତା ବେହେରାଙ୍କ ଦ୍ୱାରା ତଦନ୍ତ ଚାଲିଛି । ଅଭିଯୋଗ ଅନୁଯାୟୀ ଅଭିଯୋଗକାରିଣୀଙ୍କ ସହିତ ଗତ ତିନି ବର୍ଷ ତଳେ ଅଭିଯୁକ୍ତ ସ୍ବାମୀଙ୍କ ସହିତ ସେମାନଙ୍କ ପ୍ରଥା ଅନୁଯାୟୀ ବିବାହ ହୋଇଥିଲା । କିନ୍ତୁ କିଛି ଦିନ ପରେ ଘରୋଇ କଳିକୁ ନେଇ ଅଭିଯୁକ୍ତମାନେ ତାଙ୍କୁ ନିର୍ଯ୍ୟାତନା ଦେବା ସହିତ ପିଟାମାରା କରିବା ଘଟଣା ଅସହ୍ୟ ହେବାରୁ ସେ ତାଙ୍କ ବାଲେଶ୍ବରସ୍ଥ ପିତାଙ୍କ ଘରେ ଆଶ୍ରୟ ନେଇ ଏହି ଅଭିଯୋଗ କରିଥିବା ପ୍ରକାଶ।

Related Posts

About The Author

Add Comment