ଯେଉଁ ସ୍ୱପ୍ନ ରାତିଦିନ ନିଦ ହଜାଇଦିଏ ସେହି ସ୍ୱପ୍ନ ଦେଖିବା ଆବଶ୍ୟକ: ଆକାଶ ଦାସ ନାୟକ ବାବା ଭୈରବା ନନ୍ଦ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ପାଳିତ
ଯେଉଁ ସ୍ୱପ୍ନ ରାତିଦିନ ନିଦ ହଜାଇଦିଏ ସେହି ସ୍ୱପ୍ନ ଦେଖିବା ଆବଶ୍ୟକ: ଆକାଶ ଦାସ ନାୟକ ବାବା ଭୈରବା ନନ୍ଦ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ପାଳିତ
Manas Kumar Rout |
August 12, 2018 |
ଚଣ୍ଡିଖୋଲ,୧୨/୮(ସନ୍ଧାନ ନିୟୁଜ/ମାନସ ରାଉତ) ଯେଉଁ ସ୍ୱପ୍ନ ରାତିଦିନ ନିଦ ହଜାଇ ଦେଇଥାଏ ସେହି ସପ୍ନ ଦେଖିବା ଆବଶ୍ୟକ ତାହା ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ ସ୍ଥାନରେ ପଂହଚାଇପାରିବ ବୋଲି ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ସମ୍ମାନୀତ ଅତିଥି ଭାବେ କୋରୋଇ ବିଧାୟକ ଆକଶ ଦାସ ନାୟକ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।
ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ବାବା ଭୈରବାନନ୍ଦ ସଂୟ ଶାସିତ ମହାବଦ୍ୟାଳୟର ୪୩ତମ ପ୍ରତିଷ୍ଠା ଉସôବ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡଃ କେଦାରନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ମୁଖ୍ୟ ବକ୍ତା ଭାବେ ଉକôଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ତଥା ଉପାଧ୍ୟକ୍ଷ ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପ୍ରଫେସର ଅଶୋକ ଦାସ, ବିଶିଷ୍ଠ ସମ୍ମାନୀତ ଅତିଥି ଭାବେ କୋରେଇ ବିଧାୟକ ତଥା ଓଡିଶା ଚଳଚିତ୍ର ଅଭିନେତା ଅକାଶ ଦାସନାୟକ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ସଭାପତି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଡକ୍ଟର ସୁଶାନ୍ତ କୁମାର ଦାଶ, ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂହ ମିନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜକୁ ନିଜେ ଶାସିତ କରିପାରୁଥିବା ମହାବିଦ୍ୟାଳୟ ଅଜିର ଯୁଗରେ ଛାତ୍ରଛାତ୍ରୀଙ୍କୁ ଅତ୍ନନିର୍ଭରଶୀଳ ହେବା ପାଇଁ ଅବାଶ୍ୟକୀୟ ପାଠ୍ୟକ୍ରମ ପଚଳିତ କରିବା ଆବଶ୍ୟକ ବୋଲି ଅତିଥି ମାନେ ମତଦେବା ସହିତ ଛାତ୍ରଛାତ୍ରୀମାନେ ଶୁଙ୍ଖଳିତ ଭାବରେ ଶିକ୍ଷା ଗ୍ରହଣ କରି ସମାଜର ଉନ୍ନତିରେ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ସଭାରେ ମହାବିଦ୍ୟାୟର ଅଧ୍ୟାପିକା ଇନ୍ଦୁମତି ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସଲିଲ ରାଜନନ୍ଦନ ମହାନ୍ତି ଧନ୍ୟବାଦ ଦେଇଥିଲେ । ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସମ୍ପାଦକ ଦେବରାଜ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ କଲେଜ ପରିସରରେ ଥିବା ମହାମନୀଷ ମାନଙ୍କୁ ଅତିଥି ମାନେ ପୁଷ୍ପମାଲ୍ୟ ଅପର୍ଣ କରାଯାଇଥିଲା ।
ଏହି ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପିତବାସ ମହାନ୍ତି, ଡକ୍ଟର ବସନ୍ତ କୁମାର ନାୟକ, ସୁବାଶ ଚନ୍ଦ୍ର ବିଶ୍ୱାଳ, ଡକ୍ଟର ଅଜୟ କୁମାର ଲେଙ୍କା, ଜଗନ୍ନାଥ ମହାନ୍ତି, ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଚନ୍ଦ୍ରମଣି ପଣ୍ଡା, ପୂବର୍ତନ ସ୍ପୋର୍ଟ ଚାମ୍ପିଆନ ଯଯାତି କେଶରୀ ରାଉତ,
କୃତି ଛାତ୍ରଛାତ୍ରୀ ଇପସିତା ମଲିକ, ମନୋଜ ବାରିକ, ରୁପାଲି ନାଥ, ରାଜଲକ୍ଷ୍ମୀ ବାରିକ, ରୋନାଲି ପ୍ରିୟ ଦର୍ଶୀନ, ସଂଧ୍ୟା ସଂଗୀତା ଖିଲାରଙ୍କ ସମେତ ଉକôଳ ବିଶ୍ୱ ବିଦ୍ୟାଳୟର ମାନବ ବିଜ୍ଞାନରେ ଟପର ହୋଇଥିବା ଛାତ୍ରୀ ସ୍ୱପ୍ନାରାଣୀ ସାହୁଙ୍କୁ ମାନପତ୍ର ଉପଢୈକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହାକୁ ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଦିଲ୍ଲିପ କୁମାର ନାୟକଙ୍କ ସମେତ ଅନ୍ୟନ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହିବା ସହିତ ସଂଚାଳନ କରିଥିଲେ ।
Related Posts
About The Author