ଯୁବ ସେବା ଯୋଜନା ପକ୍ଷରୁ ଯୁବ ଦିବସ ପଳିତ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ, ୧୨/୦୧/୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାବା ଭୈରବା ନନ୍ଦ ସଂୟ ଶାସିତ ମହାବିଦ୍ୟାଳର ଚଣ୍ଡିଖୋଲର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ‘ଯୁବ ସେବା ଯୋଜନା’ ତରଫରୁ ଚଣ୍ଡିମନ୍ଦିର ଠାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ବାବା ସନ୍ତୋଷ ବ୍ରହ୍ମଚାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେ୍ଧଷ୍ଟା ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ଡକ୍ଟର ଅଧ୍ୟାପକ ଦିଲ୍ଲିପ କୁମାର ନାୟକ ପ୍ରଧାନ ଶିକ୍ଷକ ଅରବିନ୍ଦ ପରିଡା, ଆଡୋଭୋକେଟ୍ ଦେବରାଜ ବେହେରା, ଯୁଦ୍ଧିଷ୍ଟିର ଜେନା, ସମାଜସେବୀ ହେମନ୍ତ କୁମାର ଜେନା, ଐତିହାସିକ ମାନସ କୁମାର ରାଉତ ନିରଂଜନ ଗନ୍ତାୟତ, ପୁର୍ବତନ ଛାତ୍ରଛାତ୍ରୀ ଗୋରେଖ ଚନ୍ଦ୍ର ରାଉତ, ପ୍ରଦିପ କୁମାର ମହାନ୍ତି,ଝିଲ୍ଲି ସାମଲ, ନମିତା ସାମଲ, ଦିପକ କୁମାର ବେହେରା, ପ୍ରସନ୍ନ କୁମାର ସାହୁ, ବୈକୁଣ୍ଠ ନାଥ ମହାରଣା, ମାୟାଧର ନାଥ, ବେଣୁଧର ପ୍ରଧାନ, ବିକ୍ରମ ରାଉତ, ସଚିତ୍ରନନ୍ଦ ରାଉତ, ଅରୁଣ ମଲିକ ଜ୍ଞାନ ପ୍ରକାଶ ମହାନ୍ତି , ସତ୍ୟାନନ୍ଦ ରାଉତ, ମୁକ୍ତିକାନ୍ତ ମହାନ୍ତି ପ୍ରମୁଖ ଯୁବ ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ରିହି ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆଲୋଚନା କରିଥିଲେ । ଏହି ଅବସରରେ ଯୁବ ଏକତା ସୃଷ୍ଟି କରିବାପାଇଁ ଆଲୋଚନାରେ ମତ ପ୍ରକାଶ ପାଇଥିଲା ।

Related Posts

About The Author

Add Comment