ରାଉରକେଲା, ୨୦/୧୦/୨୦୨୦ (ସନ୍ଧାନ ନିଉଜ): ରାଉରକେଲା ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ମଡର୍ଣ୍ଣ ଇଣ୍ଡିଆର ଖଟାଲ ବସ୍ତିରେ ରହୁଥିବା ଜଣେ ଠିକା ଶ୍ରମିକଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ସୋମବାର ରାତ୍ରି ପ୍ରାୟ ସାଢେ ଦଶଟା ସମୟରେ ମଡର୍ଣ୍ଣ ଇଣ୍ଡିଆର ଖଟାଲ ବସ୍ତି ନିବାସୀ ୩୦ ବର୍ଷିୟ ବିଚକେ ଶର୍ମା ନିକଟରେ ରହୁଥିବା ଜଣେ ବନ୍ଧୁଙ୍କ ଘରକୁ ଏକ ଉତ୍ସବରେ ଯୋଗ ଦେବାକୁ ବାହାରିଥିଲେ । ସେ ନିଜ ଘରକୁ ବିଳମ୍ବିତ ରାତ୍ରିରେ ଫେରୁଥିବା ସମୟରେ ହଠାତ କିଛି ଯୁବକ ତାଙ୍କ ସାମନାକୁ ଆସି ହଠାତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ସେହି ଯୁବକ ମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରୀ ଶର୍ମାକୁ ସେଠାରେ ସେଠାରେ ପକାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଟାଙ୍ଗରପାଲୀ ପୁଲିସ ଗୁରୁତର ଭାବେ ଆହତ ହୋଇଥିବା ବିଚକେ ଶର୍ମାଙ୍କୁ ଚିକିତ୍ସା ପାଇଁ ଆରଜିଏଚ ପଠାଇଥିଲା । ଦୁଇଦିନ କାଳ ଆରଜିଏଚରେ ଚିକିସିତ ହେବା ପରେ ଶ୍ରୀ ଶର୍ମା ଘରକୁ ଫେରି ଆସିଥିବା ଜଣାପଡ଼ିଛି ।ଏହି ଘଟଣାକୁ ନେଇ ଶ୍ରୀ ଶର୍ମା ସ୍ଥାନୀୟ ଟାଙ୍ଗରପାଲୀ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆକ୍ରମଣକାରୀ ଯୁବକ ମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଶ୍ରୀ ଶର୍ମା ଚିହ୍ନି ପାରିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରି ଫେରାର ୩ ଜଣ ଯୁବକଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ହୋଇଛି ।
ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ପୁଲିସ ତଦନ୍ତ ଜାରି
|
October 22, 2020 |