ଯାଜପୁର ସଦର, ୨୬/୦୪/୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଝାଲପଡ଼ା ପଂଚାୟତ ଅନ୍ତର୍ଗତ ସାନବାଗ ସାହି ରବିନ୍ଦ୍ର କ୍ଲବ ପରିଶରରେ ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଜେୟୁଜିର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ଯୋଗଦେଇ ପ୍ରଦିପ ପ୍ରଜ୍ଜଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ଯାଜପୁର ଗର୍ବ ଗୌରବ ବରିଷ୍ଠ କର୍ଣ୍ଣାଟକେଶରୀ ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ସୁରକ୍ଷା ଉପରେ ଉପରେ ଆଲୋଚନା କରିଥିବା ବେଳେ, ଜେୟୁଜେର ସଭାପତ ଆଦିତ୍ୟ ମେକାବଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଟିତ ହୋଇଥିଲା । ବିରଷ୍ଠ ସାମ୍ବାଦିକ ଜେୟୁଜିର ଉପ ସଭାପତି ରସୁଲପୁର ପ୍ରେସ ଫୋରମର ବିରଷ୍ଠ ସଭ୍ୟ ରଞ୍ଜିତ ରାଉତ ଯୋଗଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ କର୍ତ୍ତାଭାବେ ବରୁଣେଶ୍ୱର କଲେଜର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ଯୋଗଦେଇ ଗଣମାଧ୍ୟମର ଚତୁର୍ଥ ସ୍ତମ୍ବ ଜାଗ୍ରତ ରହିବା ସହିତ ସତ୍ୟ ସମ୍ବାଦ ଉପରେ ସମ୍ବାଦ ପରିବେଷଣ କରିବା ସାମ୍ବାଦିକ ମାନଙ୍କ ଧର୍ମ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ଜେୟୁଜେର ସଭାପତି ଆଦିତ୍ୟ ମେକାବ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସମ୍ପାଦକ ଜେୟୁଜେର ସମର୍ଜିତ ମହାନ୍ତି ଯୋଗଦେଇଥିବା ବେଳେ ତାଙ୍କ ବକ୍ତବ୍ୟ ରଖିଥିଲେ । ଜେୟୁଜେର ସାମ୍ବାଦିକ ଦେବପ୍ରଶାଦ ସାହୁ ଯୋଗଦେଇଥିଲେ । ଆଇନି ପରାମର୍ଶ ଦାତା ବରିଷ୍ଠ ସାମ୍ବାଦିକ ରାଜିବ କୁମାର ମହାନ୍ତି ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜେୟୁଜେର ଉପସଭାପତି କିସାନ ରାଉତ ଯୋଗଦଇ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି, ଝାଲପଡ଼ା ପଂଚାୟତ ସାନବାଗ ଗ୍ରାମକୁ ରାଜସ୍ୱ ଗ୍ରାମରେ ନାମିତ କରିବା ପାଇଁ କର୍ଣ୍ଣାଟେକେଶରୀ ଦାଶଙ୍କ ଦୃଷ୍ଠି ଆକର୍ଷଣ କରିଥିଲେ । ଏହି ଅବସରରେ ଝାଲପଡ଼ା ପଂଚାୟତ ସରପଂଚ ଭାରତୀ ମଲିକଙ୍କୁ ସମ୍ମାନୀୟ ଅତିଥି ଶ୍ରୀ ଦାସ ମାନପତ୍ର ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବ୍ରହ୍ମବରଦା ସରପଂଚ ମମତା ପି୍ରୟଦର୍ଶିନୀ ଦେଓଙ୍କୁ ରାଜ୍ୟ ସଭାପତି ପ୍ରଶନ୍ନ ମହନ୍ତି ମାନପତ୍ର ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଝାଲପଡ଼ା ସମିତି ସଭ୍ୟ ନିର୍ମଳ ସାମଲଙ୍କୁ ବରୁଣେଶ୍ୱର କଲେଜର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ତିନିଥର ସ୍ୱାଧିନ ଭାବେ ନିର୍ବାଚିତ ହୋଇଥିବା ସ୍ମୃତିରେଖା ରାଉତଙ୍କୁ ସମାଜସେବୀ କର୍ଣ୍ଣାଟକେଶରୀ ଦାସ ମାନପତ୍ର ଉପଢ଼ୌକନ ଦେଇ ସମ୍ବର୍ଦ୍ଦିତ କରିଥିଲେ । ସେହିପରି ୪ଜଣ ସାମ୍ବାଦିକ ଜେୟୁଜେର ସଭ୍ୟ ଭାବେ ସଭାପତିଙ୍କ ଉପସ୍ଥିତିରେ ନୂତନ ସଭ୍ୟ ଭାବେ ନିଆଯାଇଥିବା ବେଳେ, ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଥିବା ଜେୟୁଜେର ସଭ୍ୟମାନେ ଯୋଗଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ଓଟିଭର ଅଭୟ କୁମାର ପତି ଯୋଗଦାନ କରି ସାଧାରଣ ବୈଠକରେ ତାଙ୍କ ବକ୍ତବ୍ୟ ରଖିଥିଲେ ଏବଂ କି୍ରଡ଼ିବିତ ଓ ସମାଜ ସେବୀ ଅମିୟ କୁମାର ପରିଡ଼ା ଯୋଗଦେଇ ରସୁଲପୁର ପ୍ରେସଫୋରମ ଆନୁକୁଲ୍ୟରେ ହୋଇଥିବା ସାଧାରଣ ପରିଷଦ ବୈଠକରେ ଶ୍ରୀ ପରିଡ଼ାଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ଯାଜପୁର ଜିଲ୍ଲାର ବରିଷ୍ଠ ରାଜନୈତିକ ନେତା ଏବଂ ସମାଜସେବୀ କର୍ଣ୍ଣାଟକେଶରୀ ଦାସ ସମ୍ମାନିତ କରିଥିଲେ । ରବିନ୍ଦ୍ର କ୍ଲବ ସାନବାଗ ସାହି ଗ୍ରାମର ଯୁବକ ମାନଙ୍କ ଉଦ୍ୟମରେ ଅନୁଷ୍ଟିତ ହୋଇଥିଲା । ରସୁଲପୁର ପ୍ରେସଫୋରମର ସଭାପତି ବିଶ୍ୱରଂଜିତ ପତି ଧନ୍ୟବାଦ ଦେଇଥିବା ବେଳେ, ରସୁଲପୁର ପ୍ରେସଫୋରମ ସାଧାରଣ ସମ୍ପାଦକ ଜଗମୋହନ ରାଉତ ବିବରଣୀ ପାଠ କରିଥିଲେ ।
ଯାଜପୁର ସାମ୍ବାଦିକ ସଂଘ ଆନୁକୁଲ୍ୟରେ ସାଧାରଣ ପରିଷଦ ବୈଠକ
|
April 26, 2022 |