ଯାଜପୁର: ରାଜପଥରେ ବେଧଡକ ଭାବେ ଚାଲିଛି ତେଲ ଚୋରା ଚାଲାଣ
ଯାଜପୁର: ରାଜପଥରେ ବେଧଡକ ଭାବେ ଚାଲିଛି ତେଲ ଚୋରା ଚାଲାଣ
Manas Kumar Rout |
July 8, 2018 |
ଯାଜପୁର, ୮/୭(ସନ୍ଧାନ ନିୟୁଜ): ୫୩ନମ୍ବର ଜାତୀୟ ରାଜପଥର ବରଡା ଛକ ଠାରୁ ପଞ୍ଚୁପାଣ୍ଡବ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ କଡରେ ପ୍ରତିଦିନ ବେଆଇନ ଭାବେ ଭାରିଯାନ ତୈଳଟ୍ୟାଙ୍କରୁ ତେଳ କାଢି ବିକ୍ରୀ ହେଉଥିବାର ଅଭିଯୋଗ ହେଉଛି । ପାରାଦ୍ୱିପରୁ ତୈଳନେଇ ଆସୁଥିବା କିରୋସିନ,ପେଟ୍ରୋଲ ଓ ଡିଜେଲ ଆଦି ଭାରିଯାନ ମାନଙ୍କରୁ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର,କୁନ୍ଦଳ,ଭାକୁଡ,କଉଡିକୋଲ ଆଦି ସ୍ଥାନମାନଙ୍କରେ ଦୈନଦିନ କିଛି ଅସାଧୁ ବ୍ୟବସାୟୀ କମ୍ ମୂଲ୍ୟରେ ଗାଡି ଚାଳକକୁ ହାତକରି ସେହି ତେଲକୁ କଳାବଜାରି କରୁଥିବାର ଅଭିଯୋଗ ହୋଇଛି । ବଡବଡ କମ୍ପାନୀ ମାନଙ୍କର ଗାଡି ଗୁଡିକରୁ ମଧ୍ୟ ଏହି ତେଲ ସବୁ େ·ରୀ କରାଯାଇ ରାଜପଥରେ ବେଧଡକ ଭାବେ ବେପାର କରାଯାଉଥିବା ଦେଖିବାକୁ ମିଳିଛି । ଏହି ସବୁ ତେଲ ଚୋରା କାରବାର ପୁଲିସର ଜ୍ଞାନ୍ତସାରରେ ହେଉଥିବା ଚର୍ଚ୍ଚାଜୋର ଧରିଛି । ତେଲ ସବୁ ସଂଗ୍ରହ କରିବାକୁ ରାଜପଥ କଡରେ ସ୍ଥାନେସ୍ଥାନେ ଛୋଟଛୋଟ କ୍ୟାବିନ ମାନ ପଡିଥିବାର ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ବାଲିଚନ୍ଦ୍ରପୁର ଥାନାଧିକାରୀ ଏହି ତେଲେ·ର ର୍ୟାକେଟକୁ ଠାବ କରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ଏହି ତେଲ େ·ରା କାରବାର ସମ୍ପୃର୍ଣ୍ଣ ଭାବେ ବନ୍ଦ ହୋଇପାରୁନାହିଁ । ଏହି େ·ରା ବ୍ୟବସାୟୀ ମାନେ ରାତ୍ର ସମୟରେ ରାଜପଥରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି ।
Related Posts
About The Author