ଯାଜପୁର: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ : ଆସାମୀକୁ ଧରି ପୋଲିସ ଛାଡିଦେବାରୁ ପ୍ରତିକ୍ରିୟା

Spread the love
  • 10
    Shares

ଯାଜପୁର, ୨୮/୦୬(ସନ୍ଧାନ ନିୟୁଜ/ମାନସ ରାଉତ)- ବଡଚଣା ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ମହାବିନାୟକ ପୀଠ ନିକଟରେ ଗତ ୧୮ ତାରିଖ ଦିନ ଜଣେ ଯୁବକ ଏକ ନାବଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ବଡଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ଏହି ସ୍ପର୍ଶକାତର ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ପୋଲିସ ଧରିଆଣୀଥିଲେ ମଧ୍ୟ ସାମାନ୍ୟ ପଚରାଉଚରା ପରେ ତାକୁ ଥାନାରୁ ଛାଡିଦେବାକୁ ନେଇ ପିଡିତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପଇଛି । ପ୍ରକାଶ ଯେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ପଂଚାୟତର ରଘୁନାଥପୁର ଗ୍ରାମର ଜଣେ ନାବାଳିକା ଏକ ବିବାହ କାର୍ଯ୍ୟକ୍ରମରେ ମହାବିନାୟକ ପୀଠକୁ ଆସିଥିଲା । ସେହି ଗ୍ରାମର ବିଜୟ ମଲିକଙ୍କ ପୁଅ ବିଚିତ୍ର ମଲିକ(୨୩) ପୂର୍ବରୁ ତାକୁ ବାରମ୍ବାର ଆଶାଳୀନ ମନ୍ତବ୍ୟ ଦେବାସହ ତାହାସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଆକ୍ଷେପ କରି ଆସୁଥିଲା । ମନ୍ଦିର ନିକଟରୁ କିଛି ଦୂରରେ ଥିବା ଫରେଷ୍ଟ ଗେଟ ହାଉସ ଫାଟକ ନିକଟକୁ ତା ସାନଭଉଣୀ ସାଥୀରେ ଯାଇଥିଲା ବେଳେ ଏହାର ସୁଯୋଗ ନେଇ ତାର ପିଛା କରୁଥିବା ବିଚିତ୍ର ସେଠାରେ ତାପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲା । ଏହା ପରେ ବିଚିତ୍ର ତାକୁ ଧମକ ଦେଇ ଯଦି ଏ ବିଷୟରେ କାହାକୁ କହିବୁ ତୋ ତଂଟିଚିପି ଜୀବନରେ ମାରିଦେବି ବୋଲି କହିଥିଲା ଏହି ଘଟଣା ସମ୍ପର୍କରେ ଝିଅଟି ନିଜ ଘରେ ଆସି ଜଣାଇବା ପରେ ପୁଅର ପରିବାର ଲୋକଙ୍କୁ ଏ ସଂପର୍କରେ ଝିଅଘର ପରିବାର ଅବଗତ କରାଇବାରୁ ଓଲଟି ବିଚିତ୍ରର ବାପା ଝିଅର ବାପା ଏବଂ ଭାଇକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ ମାରିବା ପାଇଁ ଉଦ୍ୟମ କରିଥିଲେ । ଏ ସଂପର୍କରେ ବଡଚଣା ଥାନାରେ ଗତ ୧୯ ତାରିଖ ଦିନ ଏକ ଲିଖିତ ଅଭିଯୋଗ ପିଡୀତା ପ୍ରଦାନ କରିଥିଲେ । ଅଭିଯୋଗକୁ ଭିତିକରି ବଡଚଣା ଥାନା ପକ୍ଷରୁ ୧୨୬/୧୮ରେ ଏକ ମାମଲା ରୁଜୁ କରାଯାଇଅଛି । ଏ ସଂପର୍କରେ ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଏହା ଏକ ପ୍ରେମଜନିତ ଘଟଣା, ସେ ଝିଅକୁ ଉକ୍ତ ଯୁବକ ବଜାର ବୁଲିବାକୁ ଡାକିଥିଲା । ଏଥିରେ ସେ ରାଜି ନହେବାରୁ ଲୋକଗହଳି ଭୀତରେ ତାକୁ ଏକ ଚାପୁଡା ମାରିଥିଲା ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

  • 10
    Shares

Related Posts

About The Author

Add Comment