ନେଉଳପର, ୯/୧୧ (ସନ୍ଧାନ ନିୟୁଜ/ମାନସ ରାଉତ ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ଷ୍ଟେସନ ଲେବଲ କ୍ରସିଂ ନିକଟରେ ଆଜି ଯାଜପୁର ରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା ପ୍ରଥମ ସିପିରୁ ଖସିପଡି ଜଣେ ବାଳକ ଆହତ ହୋଇଥିବା ଜଣାଯାଇଛି । ଯୁବକ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିବା ପରେ ଷ୍ଟେସନ ମାଷ୍ଟରଙ୍କ ଜିମା ଦେଇଥିଲେ । ବାଳକ ଜଣଙ୍କ ନିଜର ନାମ ଏବଂ ଠିକାଣା ପ୍ରକାଶ କରିବାରେ ଅସର୍ମଥ ହୋଇଥିବା ବେଳେ ଏନେଇ ଧର୍ମଶାଳା ପୋଲିସଙ୍କୁ ସୂଚନା ଦିଆଯାଇଥିଲା । ପରେ ତାଙ୍କୁ ୨ୟ ସିପିରେ ଭୂବନେଶ୍ୱର ଅଭିମୁଖେ ପଠାଇଦିଆଯାଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି ।
ଯାଜପୁର: ଟ୍ରେନ୍ ରୁ ଖସିପଡି ବାଳକ ଆହତ
|
November 9, 2018 |



