ଯାଜପୁର ଜିଲ୍ଳ୍‌ା ସ୍କାଉଟ ଗାଇଡ ପକ୍ଷରୁ ଜଳ ଦାନ କେନ୍ଦ୍ର

Spread the love

ଯାଜପୁର, ତା ୨୮ା୪ : ଯାଜପୁର ଜିଲ୍ଳ୍‌ା ସ୍କାଉଟ ଗାଇଡ ପକ୍ଷରୁ ଜିଲ୍ଳ୍‌ା ସ୍କୁଲ ପଡିଆ ନିକଟ ସ୍କାଉଟ ଗାଇଡ ଭବନ ସମ୍ମୁଖରେ ଜଳ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଜଳଦାନ ଶିବିରକୁ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ତଥା ସ୍କାଉଟ ଗାଇଡସ୍ ସଂଗଠନର ମୁଖ୍ୟ କମିଶନର ରଂଜନ କୁମାର ଗିରି ଉଦ୍‌ଘାଟନ କରି ସ୍କାଉଟ ଓ ଗାଇଡସ୍ ପିଲା ମାନଙ୍କର ଏହି ସେବା ଦ୍ୱାରା ସାଧାରଣ ଲୋକ ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି କହିଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସ୍କାଊଟ ଗାଇଡସ୍ ର ଜିଲ୍ଳ୍‌ା ମୁଖ୍ୟାଳୟ କମିଶନର ରବି ପ୍ରସାଦ ସାମଲ, ସହକାରୀ ସଂପାଦକ ମିହିର ରଂଜନ ନାୟକ, ଜିଲ୍ଳ୍‌ା ସଂଯୋଜକ ଅବିନାଶ ଖୁଣ୍ଟିଆ ପ୍ରମୁଖ ଏଥିରେ ଯୋଗଦେଇ, ଏହି ଶିବିର ଅଂଶୁଘାତର ମୁକାବିଲା ପାଇଁ ସହାୟକ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗାଇଡ କ୍ୟାପଟେନ୍ ସ୍ୱପ୍ନା ରାଣୀ ପତି, ସ୍କାଉଟ ମାଷ୍ଟର ପୂର୍ଣ୍ଣାନନ୍ଦ ବାଇଙ୍କ ସମେତ ୧୦ ଜଣ ଲେଖାଏଁ ସ୍କାଉଟ ଓ ଗାଇଡ ଜଳ ଦାନରେ ସହଯୋଗ କରିଥିଲେ । ସ୍କାଉଟ ଗାଇଡର ଏହି ମହତ କାର୍ଯ୍ୟକୁ ଜଳ ପାନ କରୁଥିବା ପଥିକ ଓ ଯାତ୍ରୀ ମାନେ ପ୍ରଶଂସା କରିଥିବା ବେଳେ ଏହାକୁ ନିୟମିତ ଭାବେ ଅଂଶୁଘାତ ସମୟରେ ପରିଚାଳନା ପାଇଁ ଅନୁରୋଧ କରିଥିଲେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଅକରପଡା ଠାରେ ସ୍କାଉଟ ଗାଇଡ ପକ୍ଷରୁ ଜଳ ଦାନ କେନ୍ଦ୍ର କରାଯାଇ ପଥିକ ଓ ଯାତ୍ରୀ ମାନଙ୍କୁ ଜଳ ଦାନ କରାଯାଉଥିଲା ।

Related Posts

About The Author

Add Comment