ଯାଜପୁର, ତା୦୭.୧୨.୨୦୨୨ (ସନ୍ଧାନ ନିଉଜ)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁ୍ଯାୟୀ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଓଡିଆ ଚଳଚିତ୍ର “ଦମନ” ପ୍ରଦର୍ଶିତ ହୋଇ ଯାଇଛି । ରାଜ୍ୟର ଦୁର୍ଗମ ଅଂଚଳରେ ବିଭିନ୍ନ ଆହ୍ୱାନ ସତ୍ୱେ କ୍ଷେତ୍ରୀୟ ସ୍ତରରେ ଅଧିକାରୀମାନଙ୍କୁ
କାମ କରିବାକୁ ପଡିଥାଏ । ବେଳେବେଳେ ଏହା କଠିନ ସମସ୍ୟା ରୂପେ ଦେଖା ଦେଇ ବହୁ କଷ୍ଟ ସ୍ୱିକାର କରିବାକୁ ପଡିଥାଏ । ଚଳଚିତ୍ରରେ ସମସ୍ତ ବାଧାବିଘ୍ନକୁ ସାମ୍ନା କରି ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ ବାସ୍ତବରେ ଅନେକଙ୍କ ପାଇଁ ପ୍ରେରଣାଦାୟୀ ହୋଇ ପାରିଛି । ଏକ ବାସ୍ତବ କାହାଣୀ ଉପରେ ଆଧାରିତ ଏହି ଚଳଚିତ୍ର ସିଧା ସଳଖ ଲୋକଙ୍କ ମନକୁ ଛୁଇଁ ପାରିଥିବା ବେଳେ ଜଣେ ଡାକ୍ତରଙ୍କ କର୍ମନିପୂଣତା କାହାଣୀକୁ ଅତି ନିଖୁଣ ଭାବେ ଚିତ୍ରଣ କରାଯାଇଛି । ମଙ୍ଗଳବାର ଅପରାହ୍ନ ୫.୩୦ ମିନିଟ ସମୟରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଦମନ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋର, ଅତିରକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରକ୍ତ ଜିଲ୍ଲାପାଳ (ପ୍ରଶାସନ) ଦୁଃଖବନ୍ଧୁ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମର ବେହୁରିଆ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣାଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଏହି ଚଳଚିତ୍ରକୁ ଉପଭୋଗ କରିଥିଲେ । ଚଳଚିତ୍ର ପ୍ରଦର୍ଶନ ନିମନ୍ତେ ରାଜ୍ୟ ସରକାର ଓ ଫିଲ୍ମ
ପ୍ରଯୋଜକ ବ୍ୟବସ୍ଥା କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରା ଯାଇଛି ।
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳଚିତ୍ର “ଦମନ” ପ୍ରଦର୍ଶିତ
|
December 7, 2022 |



