ଯାଜପୁର ସଦର, ୧୭ା୧୨: ଯାଜପୁର ଜିଲ୍ଲାରେ ଆତଙ୍କବାଦୀ ମାନେ ନେଟୱର୍କ ବିଛାଇଥିବା ବେଳେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ଗ୍ରାମରେ ୨୦୧୮ ମସିହା ଠାରୁ ଏହି ଆତଙ୍କବାଦୀ ରହି ନେଟ୍ୱର୍କ ଚଳାଇଥିବା ବେଳେ, କିପରି ଯାଜପୁର ପୋଲିସ ପାଖରେ ଖବର ନଥିବା ବେଳେ, କାଶ୍ମିର ପୋଲିସର ଟାରଗେଟରେ ଥିବା କୁଖାତ୍ୟ ଆତଙ୍କବାଦୀ ସହିଦ ଇସାନ ବୁଖାରୀ କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରା ପଡ଼ିବା ଘଟଣା ଯାଜପୁର ନେଉଳପୁର ଥିବା ବୁଖାରୀଙ୍କ ଶ୍ୱଶୁର ଘର ନିକଟରୁ ଏସଟିଏଫ ଗିରଫ କରିବାରେ ଠକ ଆତଙ୍କବାଦୀ ବୁଖାରୀକୁ ଗିରଫ କରାଯାଇ ଚଣ୍ଡିଖୋଲ କୋର୍ଟକୁ ଆତଙ୍କବାଦୀକୁ ହାଜର କରାଯିବାପରେ ଜାମିନ ନାମଞ୍ଜୁର ହେବାରୁ ସହିଦ ଇସାନି ବୁଖାରୀକୁ ନିକଟରୁ ଏସଟିଏଫ ଅଫିସର ଏକାଧିକ ମେଡିକାଲ ସାର୍ଟିଫିକେଟ ୪ଟି ମୋବାଇଲ ଏଟିଏକ କାର୍ଡ କ୍ରାଇମବ୍ରାଞ୍ଚ ଜବତ କରିଚି । ଏହି ଠକ ଜଣକ ଡାକ୍ତର ବନିଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ କର୍ମଚାରୀ ଆମେରିକା କର୍ଣ୍ଣାଟକର ସାର୍ଟିଫିକେଟ ଥିବା ଜଣାପଡ଼ିଚି । ପାକିସ୍ତାନ କେରଳର କିଛି ଯୁବକ ସହିତ ସମ୍ପର୍କଥିବା ଜଣାପଡ଼ିଚି । ଏକ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଏସଟିଏଫ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି । ଏହି ଆତଙ୍କବାଦୀର ଘର କାଶ୍ମୀର କୁପୱାର୍ଡାରେ ବୁଖାରୀଙ୍କ ଘର ରହିଥିବା ବେଳେ, ଏହି ଆତଙ୍କବାଦୀ ଜଣଙ୍କ ୨୦୧୮ ମସିହାରୁ ଛଦ୍ମବେଶରେ ନେଉଲପୁରରେ ବିବାହ କରିଥିବା ଏହି ବୁଖାରୀ ୭ଟି ଜାଗାରେ ବିବାହ କରିଥିବା ସୂଚନା ମିଳିଚି । ପ୍ରେମଜାଲରେ ବିଭିନ୍ନ ଯୁବତୀ ମାନଙ୍କୁ ଫସାଇ ଇସାନ ଜାଲରେ ଫସାଇ ସେମାନଙ୍କୁ ବିବାହ କରୁଥିଲେ । ସେହିପରି ନେଉଳପୁର ଗ୍ରାମର ଜଣେ ସଂଖ୍ୟାଲଘୁ ସର୍ମ୍ପଦାୟ ଝୀଅକୁ ବିବାହ କରି ୭ବର୍ଷର ଝୀଅ ରହିଥିବା ଜଣାଯାଇଚି । ନେଉଳପୁର ଗ୍ରାମର ମିଲତ ନଗରର ସେକ କମିରୁଦ୍ଦିନଙ୍କ ଝୀଅ ଅସେନାଜ ପରୱିନ(୩୦) ବୋଲି ଜଣାଯାଇଚି । ଏହି ସଂଖ୍ୟାଲଘୁ ଯୁବତୀ ଜଣଙ୍କ ସ୍ଥାନୀୟ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ବୁଖାରୀ ଦିର୍ଘ ୮ବର୍ଷ ହେଲା ନେଉଳପୁର ଅଞ୍ଚଳକୁ ଆସୁଥିବା ବେଳେ, ଧର୍ମଶାଳା ପୋଲିସ ଏହି ଘଟଣା କିପରି ଜାଣିପାରିଲା ନାହିଁ ତାହା ସନ୍ଦେହ ପରିଶରରକୁ ଆସିଚି । ୨୦୧୯ରେ ସ୍ଥାନୀୟ ଲୋକେ ବୁଖାରୀ ସମ୍ପର୍କରେ ଧର୍ମଶାଳା ପୋଲିସକୁ ଜଣାଇଥିଲେ । ବିଭିନ୍ନ ଠକ କାର୍ଯ୍ୟରେ ଇସାନବୁଖାରୀ ଲିପ୍ତ ରିହଥିବା ବେଳେ, ଧର୍ମଶାଳ ପୋଲିସକୁ ଏସମ୍ପର୍କରେ ଗ୍ରାମବାସୀ ଜଣାଇଥିବା ବେଳେ, ଧର୍ମଶାଳା ପୋଲିସ ତଦନ୍ତ କରି ଇସାନ ବୁଖାରୀକୁ ଛାଡ଼ି ଦେଇଥିଲା । ନେଉଳପୁରରେ କିଛିଦିନ ରହୁଥିବା ବେଳେ, କାଶ୍ମୀରରେ କିଛିଦିନ ରହୁଥିଲା । ଜଣେ ଆତଙ୍କବାଦୀ ପ୍ରେମରେ ପଡ଼ିଯାଇ ସେନାଜ ପରୱିନ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ, ଆତଙ୍କବାଦୀ ସହିଦ ଇସାନ ବୁଖାରୀ ପ୍ରେମରେ ଫସାଇଥିବା ଦେଖିବାକୁ ମିଳିଚି । ଏହାର ଉଚ୍ଚ ସ୍ତରୀୟ ତଦନ୍ତରୁ ତାହା ଜଣାପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଚି ।
ଯାଜପୁର ଜିଲ୍ଲାରେ ଆତଙ୍କବାଦୀ ଗିରଫ ହୋଇ ଜେଲ ଗଲା
|
December 18, 2023 |