ସୂଚନାଯୋଗ୍ୟ ଯେ, ଯାଜପୁର ଖାଦ୍ୟ ସୁରକ୍ଷା ଅଧିକାରୀ (FSO) ଜୟ ପ୍ରକାଶ ସୋରେନ୍ ଏବଂ କେନ୍ଦୁଝରରୁ ଯାଜପୁର ପାଇଁ ବିଶେଷ ଭାବେ ନିୟୋଜିତ ହୋଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ଅନିଲ କୁମାର ରଣାଙ୍କ ମିଳିତ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବିଭାଗୀୟ ଟିମ୍ ଯାଜପୁର ଟାଉନ୍ ଓ ଚଣ୍ଡୀଖୋଲର ବିଭିନ୍ନ ମିଠା ଦୋକାନ, ଖାଦ୍ୟ ବିକ୍ରି କେନ୍ଦ୍ର ସହ ବିଭିନ୍ନ ଅଞ୍ଚଳରୁ ଛେନା ଯୋଗାଣ କରୁଥିବା ଗାଡ଼ିଗୁଡ଼ିକୁ ଅଚାନକ ଅଟକାଇ କଡ଼ା ଯାଞ୍ଚ କରିଥିଲେ।
ସନ୍ଦେହଜନକ ଖାଦ୍ୟ ଦ୍ରବ୍ୟଗୁଡ଼ିକର ନମୁନା (ସାମ୍ପୁଲ) ସଂଗ୍ରହ କରାଯାଇ ଅଧିକ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷାଗାର (ଲାବୋରେଟରୀ) କୁ ପଠାଯାଇଛି। ଏଥିସହିତ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ବ୍ୟବସାୟ କରୁଥିବା ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ନୋଟିସ୍ ଜାରି କରାଯାଇଛି।
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ଏବଂ ନିମ୍ନମାନର ଓ ଭେଜାଲ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଏହିପରି କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି।



