ଯାଜପୁର: ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଯାଜପୁର ଜିଲା କାର୍ଯ୍ୟାଳୟ ଉଦଘାଟତି

Spread the love

 ‘ସାହିତ୍ୟ ବିନା ସମାଜ ଅସମ୍ଭବ’
ଯାଜପୁର, ୮/୭(ସନ୍ଧାନ ନିୟୁଜ): ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଯାଜପୁର ଜିଲା କାର୍ଯ୍ୟାଳୟ ଚଣ୍ଡିଖୋଲ ନିକଟସ୍ଥ ଶୁଭଙ୍କରନଗର ଠାରେ ନୃତନ ଗୃହ ରବିବାର ଉଦଘାଟିତ ହୋଇଯାଇଛି । ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସଂପାଦକ ଡ. ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦଘାଟକ ଭାବେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ସଭାପତି ରମାକାନ୍ତ ଜେନା ଯୋଗଦେଇ ଉଦଘାଟନ କରି ସାହିତ୍ୟ ବିନା ସମାଜ ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପୂର୍ବତନ ରେଜିଷ୍ଟାର ଡ. ସ୍ମରପ୍ରିୟା ମିଶ୍ର ଯୋଗଦେଇ ସାହିତ୍ୟକ ମାନେ ସମାଜ ଗଠନରେ ସାହିତ୍ୟକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ପରିଷଦର ଯାଜପୁର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ସାହୁସଭା ପରି·ଳନା କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଧର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଇନ୍ଦୁପ୍ରଭା ସାମଲ,ପ୍ରାକ୍ତନ ପ୍ରଫେସର ଡ. ସୁଶାନ୍ତ କୁମାର ପଣ୍ଡା,ଅଧ୍ୟାପକ ତୁହିନାଂଶୁ ରଥ,ଅଧ୍ୟାପକ ଅରୁଣ କୁମାର ନାୟକ,ଅଧ୍ୟାପକ ଅଭିମନ୍ୟୁ ରାଉତ,ଅଧ୍ୟାପକ ଦିଲିପ କୁମାର ନାୟକ ପ୍ରମୁଖ ଯୋଗଦେଇ ସାହିତ୍ୟ ଓ ସମାଜ ବିଷୟରେ ଆଲୋଚନା କରିଥିଲେ । ପ୍ରାରମ୍ଭରୁ ପରିଷଦର ଅଧ୍ୟକ୍ଷ ଡ. ନଗେନ୍ଦ୍ର ନାଥ ପ୍ରଧାନ ଓ ବିଶିଷ୍ଟ ଲେଖିକ ଡ. ଧନେଶ୍ୱର ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଉକ୍ତ ସଭାଗୃହରେ ପ୍ରତିମାସରେ ଏକ ବୈଠକ କରାଯାଇ ସାହିତ୍ୟ ଆଲୋଚନା କରାଯିବ ବୋଲି ଡ. ମହାପାତ୍ର ଘୋଷଣା କରିଥିଲେ । ସଂଗଠନ ସଂପାଦକ ନାରାୟଣ ନାୟକ ଓ ରମେଶଚନ୍ଦ୍ର ନାୟକ ସଭା ଆୟୋଜନ କରିଥିବା ବେଳେ ଜିଲ୍ଲା ସଂପାଦକ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment