ଯାଜପୁରେଉକôଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

Spread the love

ଯାଜପୁର, ୦୧/୦୪/୨୦୨୨ (ସନ୍ଧାନ ନିଉଜ) : କୌଣସି ରାଜ୍ୟ ବା ଜିଲ୍ଲାର ପ୍ରତିଷ୍ଠା ଦିବସତାହାର ଅଧିବାସୀମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିବସ ହୋଇଥାଏ ବୋଲି ଜିଲ୍ଲା ପରିଷଦର ସଭାପତି ନଳିନୀପ୍ରଭା ଯେନା ମତବ୍ୟକ୍ତ କରିଛନ୍ତି । ଯାଜପୁର ଜିଲ୍ଳ୍ାସ୍ତରୀୟ ଉକôଳ ଦିବସ ତଥା ଜିଲ୍ଳ୍ା ପ୍ରତିଷ୍ଠା ଦିବସ ଶୁକ୍ରବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଯେନା ଓଡିଶା ଗଠନର ଐତିହ୍ୟ ଓ ଇତିହାସ ଉପରେ ଆଲୋକପାତ କରିବା ସହ ଭାଷା ଭିତ୍ତିରେ ଆମ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ଗଠନର ସ୍ମାରକୀ ବହନ କରିଛି । ଏହାର ଶ୍ରେୟ ସମସ୍ତ ପୂଜ୍ୟ ପୂର୍ବଜଙ୍କର ବୋଲି ମତବ୍ୟକ୍ତ କରି ସେମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉକୃଷ୍ଠ କଳାର ଦେଶ ଓଡିଶା ଭଳି ୧୯୯୩ ଆଜିର ଦିବସରେ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇଥିବା ଯାଜପୁର ତାହାର ପର୍ଯ୍ୟଟନ, ସଂସ୍କୃତି, ଶିଳ୍ପ, କଳା, ସ୍ଥାପତ୍ୟ ଇତ୍ୟାଦି ସମସ୍ତ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରି ସମୃଦ୍ଧି ପଥରେ ଆଗେଇ ଚାଲିଛି ବୋଲି କହିବା ସହ ସମସ୍ତଙ୍କ ସହ ଯୋଗରେ ବିକାଶକୁ ଆହୁରି ତ୍ୱରାନିତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିରେ ସଭାପତିତ୍ୱ କରି ଜିଲ୍ଲାପାଳ ଚକ୍ରୱର୍ତ୍ତୀସିଂହ ରାଠୋର ଜିଲ୍ଲା ପ୍ରତିଷ୍ଠାଠାରୁ ଅନେକ ବିକାଶ ସଂଘଠିତ ହୋଇଥିଲେ ମଧ୍ୟ ଆମକୁ ଆହୁରି ଅନେକ କ୍ଷେତ୍ରରେ ସମୃଦ୍ଧିର ଆବଶ୍ୟକତା ରହିଛି । ଏପରିକି ଯେତିକି ପ୍ରକଳ୍ପ ଚାଲିଛି ତାହା ପୂର୍ଣ୍ଣାଙ୍ଗ ହେଲେ ଯାଜପୁରର ବିକାଶ ଆହୁରି ଉଜ୍ୱଳ ହୋଇପାରିବ ବୋଲି ସେ କହିଥିଲେ । ଓଡିଶା ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଆମ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ଦିନ ହୋଇଥିଲେ ମଧ୍ୟ ଆମେ ଆହୁରି ପ୍ରଗତି ପାଇଁ ଏହାକୁ ଆତ୍ମ ସମୀକ୍ଷାର ଦିବସ ଭାବେ ପାଳନ କରିବାକୁ ଅନୁରୋଧ କରିଥିଲେ ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ପ୍ରଫେସର ରାଧାରମଣ ଦାସ ଯୋଗଦେଇ ଓଡିଶା ପ୍ରଦେଶ ଗଠନ, ଓଡିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ବିବିଧତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ବେହୁରିଆ, ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା ପ୍ରମୁଖ ଯୋଗଦେଇ ଉକôଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ଅତିଥିମାନେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଂଝାରପୁର ବ୍ଲକ ଚିକଣା ପଂଚାୟତ ପଇରଖ ଗ୍ରାମର ଅଶୋକ କୁମାର ମଲ୍ଲିକଙ୍କୁ “ଜଗନ୍ନାଥ ମଲ୍ଲିକ କୃଷକ ସମ୍ମାନ’’ରେ ସମ୍ମାନୀତ କରିବା ସହ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରେରଣ କରାଯାଇଥିବା ସାଂସ୍କୃତିକ ଦଳ ଦିନେଶ ମଲ୍ଲିକ ଓ ସାଥିଙ୍କ ଦ୍ୱାରା ବନେ୍ଦ ଉକôଳ ଜନନୀ ଦେଶାତ୍ମବୋଧକ ୧୨ଟି ସଂଗୀତ ପରିବେଷଣ କରାଯାଇଥିଲା ।ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା, ଆଭିମୁଖ୍ୟ, ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତୁ୍ୟଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜିଯନ୍ତ୍ର ଦ୍ୱାରା ବନେ୍ଦ ଉକôଳ ଜନନୀ ସଂଗୀତ ସହର ମଧ୍ୟରେ ପରିବେଷଣ କରାଯାଇଥିଲା । ପୂର୍ବାହ୍ନରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ, ଉକôଳ ବାଳାଶ୍ରମ ଓ ଜେଲର ଅନ୍ତେବାସୀଙ୍କୁ ମିଷ୍ଠାନ ବଣ୍ଟନ ଓ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ,ସି.ଡି.ଏମ.ଓଡା. ବରଞ୍ଚି ନାରାୟଣ ବାରିକ, ଏଡି.ଏମ.ଓଡା. ଅନୁପ କୁମାର ନାଥଶର୍ମା, ଜେଲର ପ୍ରଶନ୍ନ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥି, ସମାଜ କଲ୍ୟାଣ ଅଧିକାରୀ ସୁବାଷ ସାମଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment