ଯାଜପୁରରେ ହକି ମହାକୁମ୍ଭ ଉତ୍ସବ ପାଳନ

Spread the love

ଯାଜପୁର, ତା ୧୬ା୧ା୨୦୨୩ : ଆନ୍ତର୍ଜାତୀୟ ହକି ମହା ସଂଘ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡିଶାରେ ପୁରୁଷ ବିଶ୍ୱ ହକି କପ୍‌ ଅନୁଷ୍ଠିତ ହୋଇଥିବା ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ଚଳିତ ଜାନୁୟାରୀ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବ୍ୟାସନଗର ଚାନ୍ଦମା ପଡିଆ ଠାରେ ହକି ମହାକୁମ୍ଭ ଉତ୍ସବ ପାଳନ କରାଯିବ । ଏହି ହକି ମହାକୁମ୍ଭ ଉତ୍ସବ ପାଳନ ଉପଲକ୍ଷେ ଗ୍ରାମୀଣ ଉତ୍ପାଦକୁ ପ୍ରୋତ୍ସାହିତ ଉଦ୍ଦେଶ୍ୟ ନେଇ ଏକ ପଲ୍ଳିଶ୍ରୀ ମେଳା ମଧ୍ୟ ଅନୁଷ୍ଠିତ ହେବ । ପଲ୍ଳିଶ୍ରୀ ମେଳାରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣର ଉତ୍ପାଦ ଦ୍ରବ୍ୟକୁ ବିକ୍ରୟବଟା କରିବା ପାଇଁ ୫୦ ଗୋଟି ଷ୍ଟଲ ଏବଂ ଖାଦ୍ୟ ଷ୍ଟଲ ଖୋଲାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ସୂଚନା ପ୍ରଦାନ କରିଚ୍ଥନ୍ତି । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ହକି ମହାକୁମ୍ଭ ଏବଂ ପଲ୍ଳିଶ୍ରୀ ମେଳା ପ୍ରତ୍ୟେକ ଦିନ ସଂଧ୍ୟା ଘ. ୬.୩୦ ମନିଟ୍ ଠାରୁ ରାତ୍ର ୧୦.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଦର୍ଶକ ଓ ହକି ତଥା ସଂସ୍କୃତି ପ୍ରେମୀ ମାନଙ୍କ ନିମନ୍ତେ ଭରପୁର ମନୋରଂଜନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମଉଦ୍‌ଘାଟନୀ ଜାନୁୟାରୀ ୨୦ ତାରିଖ ଦିନ ମଞ୍ଚ ଉପସ୍ଥାପକ ଓ ଉପସ୍ଥାପିକା ଭାବେ ସୁଲଗ୍ନା ଓ ଶୁଭମ୍‌, ଜିଲ୍ଲା ସଂସ୍କୃତି ବିଭାଗ ତରପଂରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବଲିଉଡ ତାରକା ଆଶିଷ କାଉର ଯୋଗ ଦେବାର କାର୍ଯ୍ୟକ୍ରମ ରହିଚ୍ଥି । ସେହିପରି ଦ୍ୱିତୀୟ ଦିବସ ଜାନୁୟାରୀ ୨୧ ତାରିଖ ଦିନ ମଞ୍ଚ ଉପସ୍ଥାପିକା ସୁଲଗ୍ନାଙ୍କ ସହ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଓଲିଉଡ୍ ସଂଗୀତ କଳାକାର ଜେମ୍‌ସ୍ ଓ ବଲିଉଡ ତାରକାଗାୟକ ଷ୍ଟେବିନ୍‌ବେନ୍ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଜାନୁୟାରୀ ୨୨ ତାରିଖ ଉଜ୍ଜାପନୀ ଦିବସ ଦିନ ଜିଲ୍ଲା ସଂସ୍କୃତି ବିଭାଗ ତରପଂରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ “ମୋକ୍ଷ” ଆଧୁନିକ ନୃତ୍ୟ ଦଳ ଏବଂ ସୁଖ୍ୟାତି ସଂପନ୍ନ କଳାକାର ଏଲିନା ସାମନ୍ତରାୟ, ସୁଭାଶିଷ ଏବଂ ଲିପିକାଙ୍କୁ ନେଇ ହକିର ବିଷୟବସ୍ତୁ ଉପରେ ନୃତ୍ୟ ପରିବେଷଣ କରାଯିବ । ଏଥିସହ ଓଲିଉଡ ସଂଗୀତ କଳାକାର ଅଭିଜିତ୍ ମଜୁନଦାର ଓ ଦଳ ଦ୍ୱାରା ସଂଗୀତ ପରିବେଷଣ ପୂର୍ବକ ଆତସବାଜୀ କାର୍ଯ୍ୟକ୍ରମ ଓ ଡିଜେ ବାଦ୍ୟ ପରିବେଷଣ କରାଯିବ । ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାପଂଲ୍ୟ ମଣ୍ଡିତ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ରାଠୋର ପ୍ରେସ୍ ବିଜ୍ଞପ୍ତିରେ ଜଣାଇଚ୍ଥନ୍ତି ।

Related Posts

About The Author

Add Comment