ଯାଜପୁରରେ ବିଜେପିକୁ ବଡ଼ ଝଟ୍କା: ବିଜେପି ନେତାଙ୍କ ସହ ବହୁ କର୍ମୀ ବିଜେଡିରେ ମିଶିଲେ
ଯାଜପୁରରେ ବିଜେପିକୁ ବଡ଼ ଝଟ୍କା: ବିଜେପି ନେତାଙ୍କ ସହ ବହୁ କର୍ମୀ ବିଜେଡିରେ ମିଶିଲେ
Manas Kumar Rout |
June 3, 2018 |
ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ବଳ କହିଥିଲେ ଯେ ବିଜେପି ବିଶେଷତଃ ହିଂସାତ୍ମକ ରାଜନୀତିରେ ବିଶ୍ୱାସ କରେ। ଯାହାକୁ ଶାନ୍ତିପ୍ରିୟ ଓଡ଼ିଶାର ଜନସାଧାରଣ ଗ୍ରହଣ କରିବେ ନାହିଁ। ସେହି ଦଳରେ ତଳ ସ୍ତରର କର୍ମୀମାନଙ୍କ ସ୍ଥାନ ନାହିଁ କିମ୍ବା ଉନ୍ନତି ନାହିଁ। ସେଥିଯୋଗୁ ଆଜି ମୁଁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛି।
ଖରସ୍ରୋତା ଜୋନ୍ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ପଣ୍ଡା, ଉପ-ସଭାପତି ଜିତେନ୍ଦ୍ର ବେହେରା, ନବଘନ ନାୟକ, ଅଶୋକ ଲେଙ୍କା, ଯୁବ ମୋର୍ଚ୍ଚା ସଭାପତି ବୃନ୍ଦାବନ ପରିଡ଼ା, ହିଙ୍ଗୁଳା ମଣ୍ଡଳ ସଭାପତି ରମାକାନ୍ତ ବାରିକ, ଉପ-ସଭାପତି ଅଲଖ ରାଉତ, ପ୍ରଦୀପ କୁମାର ପଲାଇ, ସାଧାରଣ ସଂପାଦକ ଅଜୟ ଭଦ୍ରା, କୋଷାଧ୍ୟକ୍ଷ ରୁଦ୍ର ନାରାୟଣ ମହାନ୍ତି, ଏସ୍ସି ମୋର୍ଚ୍ଚା ସଭାପତି ଶତ୍ରୁଘ୍ନ ମଲିକ, ଯୁବ ମୋର୍ଚ୍ଚା ସଭାପତି ନରେଶ ବୋଇତାଳ, ବୈତରଣୀ ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ, ସାଧାରଣ ସଂପାଦକ ମଦନ ମୋହନ ପଲାଇଙ୍କ ସମେତ ୧୦୦୦ରୁ ଊର୍ଦ୍ଧ୍ୱ ବିଜେପି ସମର୍ଥକ ଆଜି ବିଜୁ ଜନତା ଦଳରେ ଯୋଗଦେଇଥିଲେ।
ନବୀନ ନିବାସରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ବ୍ଲକ ସଭାପତି ତ୍ରିଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Related Posts
About The Author