ଯାଜପୁରରେ ପ୍ରଥମ ଦିନରେ ୩ଜଣ ନାମାଙ୍କନ ପତ୍ର ଦାଖଲ କଲେ, ଆଜି କରିବେ ଆମର ନାୟକ
ଯାଜପୁରରେ ପ୍ରଥମ ଦିନରେ ୩ଜଣ ନାମାଙ୍କନ ପତ୍ର ଦାଖଲ କଲେ, ଆଜି କରିବେ ଆମର ନାୟକ
Manas Kumar Rout |
April 3, 2019 |

ଯାଜପୁର,୩ /୪ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଯାଜପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅପ୍ରେଲ ୨ ତାରିଖ ମଙ୍ଗଳବାର ଠାରୁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଚ୍ଥି । ପ୍ରଥମ ଦିନରେ ୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ୮-ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଧିକାରୀ ରଂଜନ କୁମାର ଦାସଙ୍କ ନିକଟରେ ଏସ୍.ୟୁ.ସି.ଆଇ.(କ) ପ୍ରାର୍ଥୀ ସୁବାଷ ଚନ୍ଦ୍ର ମଲ୍ଲିକ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଧର୍ମଶାଳା ବିଧାନସଭା ଆସନ ପାଇଁ ଏସ୍.ୟୁ.ସି.ଆଇ.(କ) ପ୍ରାର୍ଥୀ ମଧୁମିତା ସାହୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ତଥା ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅପିଂସର ମିହିର ପ୍ରସାଦ ମହାନ୍ତିଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଚ୍ଥନ୍ତି । ସେହିପରି ୪୮-ବିଂଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏସ୍.ୟୁ.ସି.ଆଇ.(କ) ପ୍ରାର୍ଥୀ ରାଧାବଲ୍ଲଭ ମଲ୍ଲିକ ଉପଜିଲ୍ଲାପାଳ ତଥା ବିଂଝାରପୁର ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣି ଅପିଂସର ନାରାୟଣ ଚନ୍ଦ୍ର ଧଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଚ୍ଥନ୍ତି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି । ତେବେ ଆଜି କରିବେ ଆମର ନାୟକ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଶେଷ ସୂତ୍ରରୁ ଜଣା ପଢିଛି |
Related Posts
About The Author