ଯାଜପୁର, ୦୬/୦୩ (ସନ୍ଧାନ ନିୟୁଜ): ନିର୍ମାଣ ଶ୍ରମିକମାନେ ହେଲେ ଦେଶ ସମୃଦ୍ଧିର ପ୍ରକୃତ କର୍ଣ୍ଣଧାର । ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ସରକାର ବଦ୍ଧପରିକର ବୋଲି ଜିଲ୍ଳ୍ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ ସହ ରାଜ୍ୟ ସରକାର ସେମାନଙ୍କୁ କାର୍ଯ୍ୟ କରୁଥିବା ଯନ୍ତ୍ରପାତି, ସୁରକ୍ଷା ଉପକରଣ, ସାଇକେଲ, ନିଜ ବିବାହ ବା ପିଲା ମାନଙ୍କ ବିବାହ ପାଇଁ ସହାୟତା, ପ୍ରସବ ସହାୟତା, ଶିକ୍ଷା ସହାୟତା, ମୃତୁ୍ୟ ଜନିତ ଓ ସଂସ୍କାର ପାଇଁ ସହାୟତା, ନିର୍ମାଣ ଶ୍ରମିକ ପକ୍କା ଘର ଓ ନିର୍ମାଣ ଶ୍ରମିକ ପେନସନ ଯୋଜନା ଲାଗୁ କରିଚ୍ଥନ୍ତି । ତେବେ ଏହି ଯୋଜନା ସଂପର୍କରେ ସାଧାରଣରେ ବ୍ୟାପକ ପ୍ରଚାର ପ୍ରସାର ଆବଶ୍ୟକତା ରହିଚ୍ଥି । ପ୍ରତି ବ୍ଳକ ସ୍ତରରେ ବୈଠକ କରାଯାଇ ନିର୍ମାଣ ଶ୍ରମିକ ମାନଙ୍କୁ ସାମିଲ କରି ସଚେତନ କରାଇବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଳ୍ାପାଳ ତଥା ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ ନିର୍ମାଣ ଶ୍ରମିକ ମାନେ ଯେପରି ସେମାନଙ୍କର ଅଧିକାର ଓ ଯାହା ସହାୟତା ସେମାନଙ୍କ ପାଇଁ ଊପଲବ୍ଧ ଅଛି ତାହାକୁ ସରଳ ପ୍ରକିି୍ରୟାରେ ପ୍ରାପ୍ତ ହେବେ, ସେଥିପାଇଁ ଉଦ୍ୟମ କରିବାକୁ ମତ ଦେଇଥିଲେ । ନେସମାନଙ୍କ ପାଇଁ ଯୋଜନା ସଂପର୍କରେ ଖୁବ୍ ଶିଘ୍ର ବ୍ଳ୍କ ସ୍ତରରେ ବୈଠକ କରାଯାଇ ସମସ୍ତଙ୍କୁ ସବୁ ଯୋଜନା ସଂପର୍କରେ ସଚେତନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବା ସହ ଯୋଜନାର ସୁପଂଳ ସେମାନଙ୍କ ପାଇଁ ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ । ଯୁଗ୍ମ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁ ପ୍ରାରମ୍ଭିକ ସୂଚନା ସହ ଜିଲ୍ଳ୍ାରେ ୧୩୭୦୩୧ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିବା, ୧୨୫୨୨ ଜଣ ବିବିଧ ଉପକରଣ ପାଇଥିବା, ୮୨୭୦ ଙ୍କୁ ନିର୍ମାଣ ଉପକର. ୮୯୦ ଜଣଙ୍କୁ ସୁରକ୍ଷା ସାମଗ୍ରୀ, ୫୫୪୭ ଜଣଙ୍କୁ ସାଇକେଲ, ୨୨୫୮ ଜଣଙ୍କୁ ବିବାହ ସହାୟତା, ୩୧୭ ଜଣଙ୍କୁ ପ୍ରସବ କାଳୀନ ସହାୟତା, ୫୨୫୦ ଜଣଙ୍କୁ ଶିକ୍ଷା ସହାୟତା, ୪୫୯ ଜଣଙ୍କୁ ମୃତୁ୍ୟକାଳୀନ ଓ ସଂସ୍କାର ପାଇଁ ସହାୟତା, ୧୩୯ ଜଣଙ୍କୁ ପକ୍କାଘର ଯୋଗାଇ ଦିଆଯାଇଅଚ୍ଥି ବୋଲି ସୂଚନା ଦେଇଥିଲେ । ନିର୍ମାଣ ଶ୍ରମିକ ବୋର୍ଡ ସଦସ୍ୟ ଲଳିତ ନାୟକ ସରକାରୀ ଯୋଜନା ଯେପରି ନିର୍ମାଣ ଶ୍ରମିକଙ୍କ ନିକଟରେ ସହଜରେ ପହଞ୍ଚିବ ସେଥିପାଇଁ ବୋର୍ଡ ପଦକ୍ଷେପ ନେଇଚ୍ଥନ୍ତି ବୋଲି କହିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ନିର୍ମାଣ ଶ୍ରମିକ ଦେଶ ଗଢୁଚ୍ଥି ତେଣୁ ତା ଆବଶ୍ୟକତା ଓ ବିକାଶକୁ ତ୍ୱରାନ୍ୱିତ କରିବାକୁ ଶ୍ରମ ବିଭାଗକୁ ଅନୁରୋଧ କରିଥିଲେ । ଏହି ଅବସରରେ ୩୪୭ ଜଣ ହିତାଧିକାରୀଙ୍କୁ ଏକ କୋଟି ୫୫ ଲକ୍ଷ ୬୦ ହଜାର ଟଙ୍କାର ସହାୟତା ଅନ୍ ଲାଇନ ମାଧ୍ୟମରେ ପ୍ରଦାନ କରାଯାଇଥିବାର ସାର୍ଟିପିଂକେଟ ଅତିଥି ମାନେ ପ୍ରଦାନ କରିଥିଲେ । ସହକାରୀ ଶ୍ରମ ଅଧିକାରୀ ସଞ୍ଜିତ ଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଯାଜପୁରରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ
|
March 6, 2020 |
