ବାରିପଦା, ୨୮/୧୦(ସନ୍ଧାନ ନ୍ୟୁଜ୍);- ମୟୂରଭଞ୍ଜ ଜିଲାରେ ପୁଣି ଗୋଟିଏ ଦିନରେ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି । ଫଳରେ ଏପର୍ଯ୍ୟନ୍ତ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ୧୦୯ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୧୦ ହଜାର ୬୪୮ ଜଣ ଆରୋଗ୍ୟ ଲାଭ କରିଥ୍ୟ, ୪୦୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଏବଂ ୫୭ ଜଣଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି । ଆରୋଗ୍ୟଙ୍କ ହାର ୯୫.୮୫ ପ୍ରତିଶତ ଥିବା ବେଳେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ହାର ୩.୬୩ ପ୍ରତିଶତ ରହିଛି । ଜିଲ୍ଲାରେ ଚଳିତ ଅକ୍ଟୋବର ମାସରେ ୨୩ ତାରିଖରେ ୪୫, ୨୪ ତାରିଖରେ ୪୨ ଏବଂ ୨୬ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ହୋଇଥିବା ବେଳେ ଅନ୍ୟ ଦିନଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖ୍ ଶହେ ଥିବା ସହିତ ଶହେରୁ ଉର୍ଦ୍ଧ୍ବ ରହିଛି । ଯାହାଫଳରେ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବାରିପଦା ପୌରୀଚଳରେ ସବୁ ବେଳେ ସର୍ବାଧୁ ସଂଖ୍ୟକ ରହି ଆସିଥିବା ସହିତ କେବଳ ସେପ୍ଟେମ୍ବର ମାସରେ ମୋଟ ୧୧୩୮ ଜଣ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଅକ୍ଟୋବର ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଉଥିବା ସହ ପ୍ରଥମ ୨୬ ଦିନରେ ମୋଟ ୪୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଦିନକରେ ପୁଣି ୧୨ଜଣ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ୧୧୨ ଜଣଙ୍କ ମଧ୍ୟରେ ହୋମ କାଲେଣ୍ଟାଇନରୁ ୯୮ ଜଣ ଥିବା ବେଳେ ବାଙ୍କି ଶୋଳ କୋଭିଡ ହସ୍ପିଟାଲରୁ ୨ ଜଣ, ବାରିପଦା ଅନେକ୍ଷାରୁ ଜଣେ, କରଂଜିଆ ସିସିସିରୁ ୭ ଜଣ ଓ ଉଦଳା ସିସିସିରୁ ୨ ଜଣ ରହିଛନ୍ତି । ସେମାନେ ନିଜ ନିଜ ହୋମ କାରେଣ୍ଟାଇନକୁ ଯାଇଥିବା ପ୍ରକାଶ ।
ମୟୂରଭଞ୍ଜ ରେ କୋରନାର ସ୍ଥିତି ସଂଘିନ
|
October 29, 2020 |
