ମୋ ସରକାର’ରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସାମିଲ
ମୋ ସରକାର’ରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସାମିଲ
Manas Kumar Rout |
January 30, 2020 |
ଭୁବନେଶ୍ୱର ୩୦/୧ (ସନ୍ଧାନ ନିୟୁଜ) : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି। ଏଥିପାଇଁ ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ମୋ ସରକାର ରାଜ୍ୟର ସାଧାରଣ ନାଗରିକ ଓ ସରକାର ମଧ୍ୟରେ ବିଶ୍ୱାସର ସେତୁବନ୍ଧ ଭଳି କାମ କରୁଛି। ସରକାରୀ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ବଢ଼ୁଛି। ଏହାଦ୍ୱାରା ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ ରହୁଛନ୍ତି। ରାଜ୍ୟର ଜଣେ ଶ୍ରମିକ ଯେ କୌଣସି ସରକାରୀ ଅଫିସକୁ ଆସି ସେବା ପାଇବା ସହ ଖୁସିର ସହ ଫେରିବା ନେଇ ସେ ଏବେ ନିଶ୍ଚିତ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ମୋ ସରକାରରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ସାମିଲ୍ ହୋଇଥିବାରୁ ସେ ଖୁସି। ଏହା ଆମ ରାଜ୍ୟର ଶ୍ରମିକଙ୍କୁ ଏଣିକି ସଶକ୍ତ କରିବ। ଶ୍ରମିକମାନେ ହେଉଛନ୍ତି ଆମ ବିକାଶ ପଛର ପ୍ରକୃତ ମଣିଷ। ସେମାନେ ଜୀବନ ସହ ସଂଘର୍ଷ କରୁଥିଲା ବେଳେ ତାଙ୍କୁ ସମାଜରୁ ସହଯୋଗ ମିଳିବା ଜରୁରି। ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାକୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ହାତକୁ ନିଆଯାଇଛି। ଶ୍ରମିକଙ୍କ ଶିକ୍ଷା, ବିବାହ ଓ ସୁରକ୍ଷିତ ମାତୃତ୍ୱ ଦିଗରେ ଯୋଜନା କାମ କରୁଛି। ମୋ ସରକାରକୁ ଶ୍ରମ ବିଭାଗ ଆସିବା ପରେ ବିଭାଗ ଅଧିକ ଦକ୍ଷତା ଓ ପେସାଦାରୀ ଭାବେ କାର୍ଯ୍ୟ କରିବ ସହିତ ଏହି ବ୍ୟବସ୍ଥା ନୂଆ ସଂସ୍କାର ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Related Posts
About The Author