ମୋବାଇଲ ପାଇଁ ଘରଛାଡ଼ିଥିବା ନାବାଳକ ପରିବାରକୁ ହସ୍ତାନ୍ତର

Spread the love

ଭଦ୍ରକ, ୨୦/୧୧ (ସନ୍ଧାନ ନିଉଜ) : ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ ଓ ସଦସ୍ୟ ସତ୍ୟସୁନ୍ଦର ପୁହାଣ, ପ୍ରଦିପ୍ତ କୁମାର କର, ଆସିଆନାର ରିଆଜ ଅହମ୍ମଦ, ବିକାଶରାଉତଙ୍କ ଉପସ୍ଥିତିରେ ଘରଛାଡ଼ିଥିବା ନାବାଳକୁ ପରିବାରକୁ ହସ୍ତାନ୍ତର କରାଗଲା । ସୂଚନା ଯୋଗ୍ୟ ଯେ ଧାମନଗର ଅଞ୍ଚଳର ଏକ ନାବାଳକ ଗତ୪.୧୧.୧୯ତାରିଖରୁ ଏକ ସ୍ମାଟ୍ ଫୋନ୍ ନିଜପାଇଁ ବାପାଙ୍କୁ କହିଥିଲା । ବାପା ମନାକରିବାରୁ ଘରଛାଡ଼ି କେଉଁଆଡ଼େ ପଳାଇଯାଇଥିଲା । ଗତକାଲି ସନ୍ଧ୍ୟାରେ ଚାରିଘରିଆରେ ବୁଲୁଥିବା ସମୟରେ ଜଣେ ଭଦ୍ରବ୍ୟକ୍ତି ଅଭିମନ୍ୟୁ ନାୟକଙ୍କ ନଜରକୁ ଆସିଥିଲା । ସେ ପିଲାର ଗତିବିଧିକୁ ସନ୍ଦେହ କରି ପିଲାଟିକୁ ପଚାରିବାରୁ ଜଣାପଡ଼ିଥିଲା ପିଲାଟି ଘରୁ ରାଗି ପଳାଇ ଆସିଛି । ଅଭିମନ୍ୟୁବାବୁ ତୁରନ୍ତ ସମାଜସେବୀ ଲଲାଟେନ୍ଦୁ ମହାନ୍ତିଙ୍କୁ ଜଣାଇବା ପରେ ପୋଲିସ୍ ସହାୟତରେ ଉଦ୍ଧାର କରାଯାଇ ଟାଉନ୍ଥାନାଅଧିକାରୀ ସରୋଜିନସିଂଙ୍କ ନିର୍ଦ୍ଦେଶକ୍ରମେ ଆସିଆନା ମୁକ୍ତାଶ୍ରୟା କେନ୍ଦ୍ରରେ ଆଶ୍ରୟ ଦିଆଯାଇଥିଲା । ଆଜି ଜିଲ୍ଲା ଶିଶୁମଙ୍ଗଳ କମିଟିରେ ହାଜର କରାଯାଇ ପିଲାଟିକୁ କାଉନସିଲିଙ୍ଗି କରାଯାଇଥିଲା । ଯାହା ଜଣାପଡ଼ିଲା ଯେ ପିଲାଟି ଧାମନଗର ଅଞ୍ଚଳର ଭଗବାନପୁର ଗ୍ରାମର ରବିନ୍ଦ୍ର ବିଶ୍ୱାଳଙ୍କ ପୁଅ ଅଟେ । ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଓ ଆସିଆନାର ରିଆଜ ଅହମ୍ମଦ ଧାମନଗର ଥାନା ଆଇଆଇସି ମାନସ ଦେଓଙ୍କ ସହିତ ଯୋଗାଯୋଗକରିବାରୁ ଜଣାପଡ଼ିଲା ଗତ ୧୦.୧୧.୨୦୧୯ରେ ତାର ବାପାର ଏତାଲା ମୂଳେ ପିଏସ୍କେଶ୍ ନଂ ୨୪୬ ରୁଜୁ ହୋଇଛି ।

Related Posts

About The Author

Add Comment