ଯାଜପୁର ସଦର,: ୯ /୧୨ / ୨୫ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଗୋଳକୁଣ୍ଡ ପଂଚାୟତ ମେଣ୍ଢ ଗ୍ରାମ ଠାରେ ବ୍ରାହ୍ମଣୀ ନଦୀରେ ପୋଲ ନିର୍ମାଣ କରାଯିବାପାଇଁ ବରୀର ପୂର୍ବତନ ବିଧାୟୀକା ସୁନନ୍ଦା ଦାସ ପୋଲ ନିର୍ମାଣ କରାଯିବାପାଇଁ ଶୁଭ ଦେଇଥିବା ବେଳେ, ୨୦୨୩ ମସିହାରେ ମେଣ୍ଢ ପାଲା ମଣ୍ଡପ ନିକଟରେ ବ୍ରାହ୍ମଣୀ ନଦୀରେ ଯାତାୟତ କରିବା ପାଇଁ ଏହି ନଦୀରେ ପୋଲ ନିର୍ମାଣ କରାଯିବା ପାଇଁ ଏହି ନଦୀରେ ପୋଲ ନିର୍ମାଣ ପାଇଁ ଟେଣ୍ଡର କରାଯାଇଥିଲା । ଏହି ପୋଲ ନିମ୭ାଣ କରାଗଲେ ଯାଜପୁର ସଦର ମହକୁମାକୁ ଯିବାପାଇଁ ରାସ୍ତା ସଂଯୋଗ କରାଯିବ ବୋଲି ପୁର୍ବତନ ବିଧାୟୀକା ସୁନନ୍ଦା ଦାସ ତାଙ୍କ ବିଧାୟୀକା ସମୟରେ ବହୁ ଉନ୍ନୟନ ମୁଳକ କାର୍ଯ୍ୟ କରିଥିବା ବେଳେ, ବହୁ ଅନୁରୋଧ କ୍ରମେ ଏହି ନଦୀ ଉପରେ ପୋଲ ନିର୍ମାଣ କରିବାପାଇଁ ଦେବାଶିଷ ନାୟକ ସ୍ଥରି କରିଥିଲେ । ଅନୁରୋଧକୁ ରକ୍ଷା କରି ପୂର୍ବତନ ବିଧାୟୀକା ସୁନନ୍ଦା ଦାସ ପୋଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୩ ମସହିହା ଠାରୁ ଶୁଭ ଦେଇଥିଲେ ମଧ୍ୟ ଏହି ନଦୀ ଉପରେ ୩ଟି ଖୁଣ୍ଟ କରାଯାଇଥିବା ଦେଖିବାକୁ ମିଳିଚି । ଯାହାକି କୋଟି କୋଟି ଟଙ୍କା ବ୍ୟୟ ଅଟକଲରେ ପୋଲ ନିର୍ମାଣ ହେବାପାଇଁ କାହିଁକି ପୋଲ କାମ ମନ୍ଥର ଗତିରେ ହେଉଥିବା ଦେଖିବାକୁ ମିଳୁଚି । ଏହି ପୋଲ ନିର୍ମାଣ କରାଗଲେ ୧୦ଗୋଟି ପଂଚାୟତ ଗ୍ରାମବାସୀ ମାନେ ଉପକୃତ ହେବା ସହିତ ଯାତାୟତ କରିବାପାଇଁ ସଦର ମହକୁମାକୁ ବାଟ ଫିଟିଥିବା ଏହି ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କରିବାପାଇଁ ବହୁ ବୁଦ୍ଧିଜିବୀ, ରବିଷ୍ଠ ନାଗରିକ ଚାହିଁ ବସିଛନ୍ତି । କେବେ ଏହି ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କାମ ସରିବ ତାହା ପ୍ରଶ୍ନବାଚୀ ହୋଇ ଉଠିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଳସମ୍ପଦ ବିଭାଗ ମନ୍ତ୍ରୀ ଏବଂ ପୋଲ ନିର୍ମାଣ କରୁଥିବା ଠିକାସଂସ୍ଥା, ଯାଜପୁର ଜିଲ୍ଲାପାଳ, ଯାଜପୁର ଲୋକ ସାଂସଦ ରବିନାରାୟଣ ବେହେରା, ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ବିଶ୍ୱରଂଜନ ମଲିକ ପୋଲ କାମ ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ, ତାହା କେବେ ପୂର୍ଣ୍ଣ କରାଯିବ ଦେଖିବାକୁ ବାକି ରହିଲା । ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାପାଇଁ ଜନସାଧାରଣରେ ଦାବି ହେଉଚି ।
ମେଣ୍ଢ ଠାରେ ବ୍ରାହ୍ମଣୀ ନଦୀରେ କେବେ ପୋଲ କାର୍ଯ୍ୟ ସରିବ
|
December 9, 2025 |



