ମେଣ୍ଢ ଗ୍ରାମବାସୀଙ୍କୁ ବାଉଁଶ ପୋଲ ସାହା ଭରସା; କେବେ ହେବ ବ୍ରାହ୍ମଣିନଦୀରେ ସେତୁ ?

Spread the love

ଯାଜପୁର ସଦର, ୨୫/୧୨ (ସନ୍ଧାନ ନିୟୁଜ) : ରାଜ୍ୟ ସରକାର ବିଭିନ୍ନ୍ ନଦୀ ଉପରେ ପ୍ରତି ୫ କିଲୋମିଟର ମଧ୍ୟରେ ପକ୍କା ପୋଲ ନିର୍ମାଣ କରାଯାଉଥିବା ବେଳେ, ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୀ ବ୍ଲକ୍ର ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ଗ୍ରାମବାସୀଙ୍କୁ ରାଜ୍ୟ ସରକାର ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ନିର୍ବାଚନ ମଣ୍ଡଳୀର ନଦୀ ମାନଙ୍କ ଉପରେ ନିର୍ମାଣ କରାଯାଇଥିବା ପ୍ରତି ୫ କିଲୋମିଟର ମଧ୍ୟରେ ନିର୍ମାଣ କରାଯାଇଥିବା ବେଳେ, ୧୦ ଗୋଟି ପଞ୍ଚାୟତର ଗ୍ରାମବାସୀମାନେ ମେଣ୍ଢ ଗ୍ରାମର ପୂଜା ମଣ୍ଡପ ନିକଟରେ ବ୍ରାହ୍ମଣୀନଦୀ ଉପରେ ପୋଲ ନିର୍ମାଣ କରାଗଲେ ଯାଜପୁର ଜିଲ୍ଲାକୁ ସଂଯୋଗ ହୋଇଥିବା ପିଚୁ ସଡ଼କ ଗୋଳକୁଣ୍ଡ ଠାରୁ ଯାଇଥିବା ରାସ୍ତାଟି ମେଣ୍ଢଗ୍ରାମ ନଦୀ ଆରପଟକୁ ଯିବା ପାଇଁ ୮ମାସ ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ, ସେମାନଙ୍କୁ ପାଇଁ ଏହି ବାଉଁଶ ପୋଲ ସାହା ଭରସା ହୋଇଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ ୨୯ଗୋଟି ପଞ୍ଚାୟତକୁ ନେଇ ଗଠନ କରାଯାଇଥିବା ଏହି ବ୍ଲକ୍ର ଭଅଁରା, ବୋଦୁଅ, ଅଙ୍ଗାଳ, ମଧୁସୁଦନପୁର ଏହି ନଦୀର ଆର ପାଖରେ ପଞ୍ଚାୟତ ଗୁଡ଼ିକ ରହିଥିବା ଦେଖିବାକୁ ମିଳିଚି । ଯାହାକି ଏହି ଗ୍ରାମର ୱାର୍ଡ ନଂ- ୩ କୁ ନେଇ ଗଠନ କରାଯାଇଥିବା ଏହି ପଞ୍ଚାୟତର ଲୋକମାନେ ୮ମାସ ବାଉଁଶ ପୋଲ ଉପରେ ନିର୍ଭର କରନ୍ତି । ଏହି ପଞ୍ଚାୟତର ୨ ନଂ ୱାର୍ଡର ୪୦ରୁ ଉର୍ଦ୍ଧ ଘର ବସବାସ କରୁଥିବା ବେଳେ, ଏହି ପଞ୍ଚାୟତର ବିଦ୍ୟାଳୟ ଅଙ୍ଗନୱାଡି ଗୁ୍ଡ଼ିକ ନଦୀର ବାମ ପଟରେ ରହିଚି । ୪ ମାସ ଏକ ହୁଲି ଡଙ୍ଗାରେ ଏହ ଗ୍ରାମର ଗ୍ରାମବାସୀ ମାନେ ପାର ହେଉଥିବା ବେଳେ, ୮ ମାସ ଏହି ବାଉଁଶ ପୋଲ ଉପରେ ଯାତାୟତ କରନ୍ତି । ନିର୍ବାଚନ ସମୟରେ ମତଦାନ କେନ୍ଦ୍ର ହୋଇଥିବା ବେଳେ, ନଦୀ ପାର ହୋଇ ମତଦାନ କେନ୍ଦ୍ରକୁ ମତ ସାବ୍ୟସ୍ତ କରିବା ପାଇଁ ଆସିବାକୁ ପଡ଼େ । ୩ ନଂ ୱାର୍ଡର ଗ୍ରାମବାସୀ ମାନେ ମେଣ୍ଢ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ବେଳେ, ଏକା ସମୟ ଏହି ପଞ୍ଚାୟତର ୨ନଂ ୱାର୍ଡର ଗ୍ରାମବାସୀମାନେ ନଦୀ ପାର ହୋଇ ଦକ୍ଷିଣ ପାଶ୍ୱର୍ରେ ରହିଥିବା ପଦ୍ମନାଭ ହାଇସ୍କୁଲକୁ ମତଦାନ ଦେବାକୁ ଯାଆନ୍ତି । ମେଣ୍ଢ ଗ୍ରାମର ଯୁବ ସମାଜ ସେବୀ ପୂର୍ବତନ ସମିତି ସଭ୍ୟ ରତିକାନ୍ତ ସାହୁଙ୍କ ତତ୍ୱାବଧାନରେ ୧୦ ବର୍ଷରୁ ଉଦ୍ଧ୍ୱର୍ ହେବ ରତିକାନ୍ତ ସାହୁଙ୍କ ନେତୃତ୍ୱରେ ଏହି ବାଉଁଶ ପୋଲ ନିର୍ମାଣ କରାଯାଉଚି । ବରୀର ପୂର୍ବତନ ବିଧାୟକଙ୍କ ନିକଟରେ ଏହି ନଦୀ ଘାଟରେ ପୋଲ ନିର୍ମାଣ ପାଇଁ ଦାବି କରାଯାଇଥିଲା, ଯାହାକି ଆଖପାଖ ୧୦ ଗୋଟି ପଞ୍ଚାୟତର ଗ୍ରାମବାସୀମାନେ ୮ମାସ ବାଉଁଶ ପୋଲ ଉପରେ ନିର୍ଭର କରୁଥିବା ବେଳେ, ଆଉ ୪ମାସ ହୁଲି ଡଙ୍ଗା ଉପରେ ନିର୍ଭର କରନ୍ତି । ଗତ କିଛି ଦିନ ତଳେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ଶ୍ରୀମତୀ ସୁନନ୍ଦା ଦାସଙ୍କ ନିକଟରେ ଏକ ପକ୍କା ପୋଲ ନିର୍ମାଣ କରାଯିବା ପାଇଁ ଏହି ଘାଟରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ବିଧାୟୀକାଙ୍କ ନିକଟରେ ଦାବି କରାଯାଇଥିବା ବେଳେ, ପୁର୍ତ୍ତି ମନ୍ତ୍ରୀ ଏହି ବିଭାଗ ମନ୍ତ୍ରୀଙ୍କ ନିକଟରେ ପୋଲ ନିର୍ମାଣ କରାଯିବା ପାଇଁ ଦାବି କରାଯାଉଚି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଞ୍ଚାୟତର ଗ୍ରାମବାସୀ ମାନଙ୍କ ପାଇଁ ଏହି ବ୍ରାହ୍ମଣୀ ନଦୀ ଉପରେ ପକ୍କା ପୋଲ ନିର୍ମାଣ କରାଗଲେ ଏହି ୧୦ ଟି ପଞ୍ଚାୟତର ଗ୍ରାମବାସୀ ଉପକୃତ ହେବା ସହିତ ବିଭିନ୍ନ ସମସ୍ୟା ନଦୀକୂଳିଆ ଲୋକମାନଙ୍କର ସମସ୍ୟା ଦୂର ହୋଇପାରିବ ବୋଲି ବୁଦ୍ଧିଜିବୀ ବରିଷ୍ଠ ନାଗରିକ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି ।// Report- M Rout and G Das

Related Posts

About The Author

Add Comment