ମେଡିସିନ ଦୋକାନରେ କର୍ମଚାରୀଙ୍କ ଆତ୍ମହତ୍ୟା ସନ୍ଧେହ

Spread the love

ଯାଜପୁର, ୧୨/୦୩  (ସନ୍ଧାନ ନିୟୁଜ ସ୍ୱତନ୍ତ୍ର ପ୍ରତିନିଧି) ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଧିନସ୍ଥ ମଙ୍ଗଳପୁର ବଜାରରେ ଉଷା ମାଇକ୍ରୋଲ୍ୟାବ ନାମ ଏକ ମେଡିସିନ୍ ଦୋକାନରେ ଗତ ୧୦ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରେ ଉକ୍ତ ଦୋକାନରେ କାର୍ଯ୍ୟରତ ସମ୍ବିତ ଜେନା (ବୟସ-୨୬ବର୍ଷ) ନାମକ କର୍ମଚାରୀର ଶରରୀ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଶବକୁ ଝୁଲନ୍ତା ଅବସ୍ଥାରେ ଦେଖି ଦୋକାନ ମାଲିକ ମଙ୍ଗଳପୁର ପୋଲିସ ଏବଂ ମୃତ ଯୁବକର ଘର ଲୋକଙ୍କୁ ଜଣାଇଥିଲେ । ପରେ ଉକ୍ତ ସ୍ଥାନରେ ପୋଲିସ ପହଞ୍ଚô ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଶବ ଝୁଲୁଥିବା ରଶିକୁ ଜବତ କରିଛି । ପାରିପାଶ୍ୱର୍ିସ୍କ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ସନେ୍ଦହ ପ୍ରକଟ କରିଛି । ସୂଚନାରୁ ପ୍ରକାଶ ଯେ ମୃତ ଯୁବକ ନିକଟସ୍ଥ ମାଧପୁର – କୟାଁର ବାସିନ୍ଦା । ଘଟଣା ଦିନ ଯୁବକ ଜଣକ ଅପରାହ୍ନ ୨ଟା ସମୟରେ ଦୋକାନରୁ ବାହାରି ଖାଦ୍ୟ ଖାଇବାକୁ ଯାଇଥିଲେ । ଖାଦ୍ୟ ଖାଇସାରି ଫେରିବା ବିଳମ୍ବ ହେବାରୁ ଦୋକାନୀ ମାଲିକ ଯୁବକକୁୁ ଖୋଜାଖୋଜି କରିବା ସମୟରେ ଦୋକାନର ପଛପଟେ ଥିବା ଷ୍ଟୋର ରୁମ୍ରେ ଯୁବକକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ।

Related Posts

About The Author

Add Comment