ମୃତ୍ୟୁ ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ତ୍ରିପୁରା ରାଜ୍ୟପାଳ, ପରେ ମାଗିଲେ ଭୁଲ୍‌

Spread the love

ଅଗରତୋଲା  ୧୬/୮ (ସନ୍ଧାନ ନିୟୁଜ): ଦିଲ୍ଲୀର ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥାବସ୍ଥା ସଂକଟାପନ୍ନ ହେବା ପରେ ଭର୍ତ୍ତି କରାଯାଇଛି। ଚିକିତ୍ସା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଘଣ୍ଟା ମଧ୍ୟରେ ୨ୟ ଥର ଏମ୍ସ ପହଞ୍ଚିଥିଲେ। ସେ ବାଜପେୟୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସମଗ୍ର ଦେଶର ଜନତା ପ୍ରାର୍ଥନା କରୁଥିଲେ। କିନ୍ତୁ ବାଜପେୟୀଙ୍କ ମୃତ୍ୟୁ ପୂର୍ବରୁ ତ୍ରିପୁରାର ରାଜ୍ୟପାଳ ତଥାଗତ ରାୟ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ତଥାଗତ ରାୟ ନିଜର ଭୁଲ ପାଇଁ ଅନୁତାପ କରି କ୍ଷମା ମାଗିଛନ୍ତି।

ତଥାଗତ ରାୟ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଥିଲେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅନର୍ଗଳ ବକ୍ତା, ୬ ଦଶନ୍ଧି ପାଇଁ ରାଜନୀତିରେ ଚମକିଥିଲେ। ସେ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବ୍ୟକ୍ତିଗତ ସଚିବ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ବୁଦ୍ଧିମାନ, ବିନମ୍ର ଓ ହାସ୍ୟର ପ୍ରତୀକ ବାଜପେୟୀ ଆଉ ନାହାନ୍ତି। ଓମ୍‌ ଶାନ୍ତି। ଯେତେବେଳେ ତଥାଗତଙ୍କ ଟୁଇଟ ଆସିଥିଲା, ସେହି ସମୟରେ ବାଜପେୟୀ ହସ୍ପିଟାଲରେ ଥିଲେ।

ଟୁଇଟର ପୋଷ୍ଟ ହେବା ପରେ ୟୁଜର୍ସମାନେ ପ୍ରତିକ୍ରିୟା ଦେଇଥିଲେ। ପରେ ରାଜ୍ୟପାଳ ତଥାଗତ ରାୟ ନିଜର ଭୁଲ ସ୍ୱୀକାର କରିଛନ୍ତି। ଓ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଏକ ଜାତୀୟ ଚ୍ୟାନଲର ରିପୋର୍ଟ ଆଧାରରେ ଟୁଇଟ କରିଥିଲି।

Related Posts

About The Author

Add Comment