ବଡଚଣା,୫/୮(ଗିତାଞ୍ଜଳୀ ପତି/ସନ୍ଧାନ ନିୟୁଜ) ନିଜକୁ ପୋଲିସ କି ରେଲେୱେରେ ଖଣ୍ଡେ ଚାକିରୀ କରିବା ପାଇଁ ଇଭିନିଙ୍ଗ୍ ୱାର୍କ କରିବାକୁ ନିଜ ସାଙ୍ଗ ସିକୁନା ସହିତ ସବୁଦିନ ଭଳି ବାହାରି ଆସିଥିଲା ଧାନମଣ୍ଡଳର ବଜାରରୁ ବଡଚଣାକୁ ସଂଯୋଗ କରୁଥିବା ରାସ୍ତାକୁ । ହେଲେ ସେ କଣ ଜାଣିଥିଲା ତାହା ନିଜର ଶେଷ ୱାର୍କ ବୋଲି । ଫଛରୁ ଏକ ମଦ୍ୟପ ଚାଳକ ବାଇକରେ ଧକ୍କା ଦେବା ଫଲରେ ଘଟଣାସ୍ଥଳରେ ଗୁରୁତର ହୋଇ ପ୍ରଥମେ ବଡଚଣା ମେଡିକାଲ ଏବଂ ପରେ କଟକର ଏକ ଘରୋଇ ମେଡିକାଲରେ ଚିକସôିତ ହୋଇଥିଲେ । ଚିକିସôିତ ସମୟରେ ଆଜି ତାଙ୍କର ମୃତୁ୍ୟ ହୋଇଥିବା ଜଣାଯାଇଛି ।
ମୃତଙ୍କ ଜଣଙ୍କ ହେଲେ ଧାନମଣ୍ଡଳ ରେଲେୱ ଷ୍ଟେସନରେ ଟିପିରେ କାର୍ଯ୍ୟକରୁଥିବା ରମେଶ ମୁର୍ମୁଙ୍କ ପୁଅ ସୁରେନ୍ଦ୍ର ମୁର୍ମୁ । ନିଜ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣପଡିଥିବା ବେଳେ ମୃତ ସୁରେନ୍ଦ୍ର ଚଳିତ ବର୍ଷ ବାବା ଭୈରବା ନନ୍ଦମହାବିଦ୍ୟାଳୟରୁ ଯୁକ୍ତ ୩ଶେଷ କରିଛନ୍ତି । ଏହି ଦୃର୍ଘଟଣାରେ ତେଲିଗଡ ମଦ୍ୟପ ବାଇକ ଚାଳକ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସାଥିରେ ନେଉଥିବା ପତ୍ନୀ ଏବଂ ପିଲା ଅଳ୍ପକେ ଆହତ ହୋଇ ରକ୍ଷା ପାଇଯାଇଛନ୍ତି । ଧାନମଣ୍ଡଳ ପାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।