ମୃତଦେହ ଧରି ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର

Spread the love

ବାଲିଗୁଡା,୧୦/୩/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର ଡୋକାଡାଉ ବୁଲାଣିରେ ଦୁର୍ଘଟଣା ଘଟିଛି। ଗୁରୁତରମାନଙ୍କ ମଧ୍ୟରେ ରାତ୍ନୀ ଭୋଇ, ବୀର ଭୋଇ,ସୁଦାମ ଭୋଇଙ୍କୁ ପୋଲିସ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି।ପ୍ରକାଶ ଯେ, ବ୍ରହ୍ମପୁରରୁ ଜଣେ ଯୁବତୀଙ୍କ ମୃତଦେହ ନେଇ ଆମ୍ବୁଲାନ୍ସଟି ୫୯ନଂ ଜାତୀୟ ରାଜପଥର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ଅଞ୍ଚଳକୁ ଯାଉଥିଲା। ରାତି ଅନିଦ୍ରା ଥିବାରୁ ଆମ୍ବୁଲାନ୍ସ ଚାଳକଙ୍କ ଆଖି ଲାଗିଯାଇଥିଲା। ଏକ ବୁଲାଣି ରାସ୍ତାର ଓ୍ବାଲରେ ଯାଇ ପିଟି ହୋଇଥିଲା। ଫଳରେ ମୃତଦେହ ସାଥିରେ ଥିବା ସମ୍ପର୍କୀୟ ଗୁରୁତର ହୋଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସେଠାକୁ ପୋଲିସ ଟିମ୍‌ ପଠାଇ ଗୁରୁତରଙ୍କୁ ଉଦ୍ଧାର କରି ଅନ୍ୟ ଆମ୍ବୁଲାନ୍ସରେ ବାଲିଗୁଡ଼ା ପଠାଇଥିଲେ। ସେହିପରି ଅନ୍ୟ ଏକ ଗାଡ଼ିର ବ୍ୟବସ୍ଥା କରି ମୃତଦେହକୁ ଲଣ୍ଡାଗାଁ ପଠାଯିବା ବ୍ୟବସ୍ଥା କରାଯାଇଥିବା ତଦନ୍ତକାରୀ ଅଧିକାରୀ ଅର୍ଜୁନ ଶବର ପ୍ରକାଶ କରିଛନ୍ତି।

Related Posts

About The Author

Add Comment