ମୁଣ୍ଡ ଟେକୁଛି ଜେଏମଏମ୍, କଂଗ୍ରେସ୍

Spread the love
  •  
  •  
  •  
  •  
  •  

ବାରିପଦା, ୧୧.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜରେ ନିଜର ପୂର୍ବ ସ୍ଥିତି ଜାହିର କରିବାକୁ ଏବେ ଗଡ଼ ସଜାଡ଼ୁଛି ବିଜେଡି। ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓର ବବିଙ୍କ ଘନଘନ ମୟୂରଭଞ୍ଜି ଗସ୍ତ, ରାଜ୍ୟ ସରକାରଙ୍କର ମୟୁରଭଞ୍ଜକୁ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବ ଦେବା ଆଦି ଘଟଣାରୁ ଏହା ସଷ୍ଟି ହେଉଛି। ବାରିପଦା ଶ୍ରୀହରିବଳଦେବଜିଉ ମନ୍ଦିର ପୁନରୁଦ୍ଧାର ନିମନ୍ତେ ସ୍ବତନ୍ତ୍ର ସହାୟତା ହେଉ ଅଥବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଜିଲ୍ଲା ଏକମାତ୍ର ବିଶ୍ୱବିଦ୍ୟାଳୟକୁ ନାମିତ କରିବା ଜିଲ୍ଲାବାସୀଙ୍କ ମନ ଜିଣିବାକୁ ସବୁ ତରିକା ଆପଣାଉଛି ଦଳ ଆଜି ଦଳୀୟ ତା ଏବଂ କର୍ମୀଙ୍କୁ ଆହୁରି ଏକଜୁଟ କରି ସଂଗଠନକୁ ମଜବୁତ୍ କରିବାକୁ ବିଜେଡି ପକ୍ଷରୁ ଦେବକୁଣ୍ଡି ପର୍ଯ୍ୟଟନ ସ୍ଥଳୀରେ ଏକ ବିଶାଳ ସମାବେଶ ବବିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡିର ବିଭିନ୍ନ ସଂଗଠନର ଛାମୁଆ କର୍ମକର୍ତ୍ତା, ବିଧାୟକ, ସାଂସଦ, ନିର୍ବାଚନ ଲଢ଼ିଥିବା ବିଧାୟକ ପ୍ରାର୍ଥୀ, ପୂର୍ବତନ ବିଧାୟକ ସାଂସଦଙ୍କ ସମତେ ସଂଗଠନର ପ୍ରମୁଖ ନେତୃତ୍ ସାମିଲ ହୋଇଥିଲେ। ଜିଲ୍ଲାରେ bବିଭିନ୍ନ କ୍ଷେତ୍ରରେ ଦଳ ପାଇଁ ଭୋଟ ଯୋଗାଡ଼ କରୁଥିବା ପ୍ରାୟ ୩ ହଜାରରୁ ଅଧିକ ନେତା, କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ବିଜେଡି ଏକ ଥିବା ଏବଂ ଯେକୌଣସି ଆହ୍ମାନ ପାଇଁ ଦଳ ପ୍ରସ୍ତୁତ ଥିବା ସନ୍ଦେଶ ଦିଆଯାଇଛି। ମାତ୍ର ବିଜେଡି ତୁଳନାରେ ଜିଲ୍ଲାରେ ବିଜେପି ସଂଗଠିତ ନଥିବା ଏବେ ବି ଜଳଜଳ ଦିଶୁଛି। ଯଦିଓ ଜିଲ୍ଲାରେ ବିଜେପିର ୬ ବିଧାୟକଙ୍କ ସହ ଜଣେ ଲୋକସଭା ସାଂସଦ ଅଛନ୍ତି, ମାତ୍ର ନିର୍ବାଚିତ ଜନପ୍ରତିନିଧି ଗୋଟେ ପାଖରେ ଥିବାବେଳେ ଜିଲ୍ଲା ସଂଗଠନ ଆଉ ଗୋଟେ ପଟେ ଥିବା ଦେଖାଯାଉଛି। ପରୀ ହତ୍ୟାକାଣ୍ଡ, ମାହ ତବଲ୍ ମର୍ତରକୁ ନେଇ ହୋଇଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସମସ୍ତଙ୍କୁ ଏକାଠି ଦେଖିବାକୁ ମିଳିନାହିଁ

Related Posts

About The Author

Add Comment