ମୁଖ୍ୟମନ୍ତ୍ରୀଙ୍କ ସହାୟତା ଯୋଜନାର ଉଦ୍ଘାଟାନ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୦୬ା୧୨ (ସନ୍ଧାନ ନ୍ୟୁଜ୍): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ହାଟ ପଡ଼ିଆ ନର୍ସରୀ ପରିଶରରେ ଥିବା ହନୁମାନ କୋଠଘର ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ସହାୟାତା ରାଶିରେ ନିର୍ମାଣ କରାଯାଇଥିବା ନୂତନ କୋଠଘରକୁ ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟା ବିଧାୟୀକା ସୁନନ୍ଦା ଦାସ ମୁଖ୍ୟମନ୍ତ୍ରୀ ଭାବେ ଯୋଗଦେଇ ହନୁମାନ କୋଠଘରକୁ ଉଦ୍ଘାଟାନ କରିଥିଲେ । ଏହି ଅବସରରେ ରସୁଲପୁର ପଂଚାୟତ ସମିତିର ଉପାଦକ୍ଷା ଶ୍ରୀମତୀ ଜୟନ୍ତି ଦାଶ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ରସୁଲପୁର ବ୍ଲକ ବିଡ଼ିଓ ଅବନିକାନ୍ତ ସାହୁ ଯୋଗଦେଇଥିବା ବେଳେ, ବନ୍ଧଡିହ ପଂଚାୟତ ସରପଂଚ ବିକ୍ରମ କୁମାର ବେହେରା ଯୋଗଦେଇଥିଲେ । ବ୍ରହ୍ମବରଦା ପଂଚାୟତର ଯୁବନେତା ରେକେଶ କୁମାର ଦେଓ ଯୋଗଦାନ କରିଥିଲେ । ବନ୍ଧଡିହ ହାଟ ପଡ଼ିଆ ଠାରୁ ବିରାଟ ଶୋଭାଯାତ୍ରାରେ ବିଜୁ ଜନତା ଦଳର କର୍ମୀମାନେ ଯୋଗଦେଇ ଶ୍ରୀମତୀ ଦାସଙ୍କୁ ବିରାଟ ପଟୁଆରରେ ପାଛୋଟି ନେଇଥିଲେ । ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାରଥି ଦେବେନ୍ଦ୍ର ଦାସ ଯୋଗଦାନ କରି ଫିତା କାଟି ଏହାକୁ ଉଦ୍ଘାଟାନ କରିଥିଲେ । ଏହି ଅବସରରେ ହନୁମାନ ବାଟିକା କମିଟିର ସଭ୍ୟମାନେ ଯୋଗଦେଇ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ, ରସୁଲପୁର ବ୍ଲକ ବିଡିଓ ଅବନିକାନ୍ତ ସାହୁ, ଭାଇସ ଚେୟାରମ୍ୟାନ ଜୟନ୍ତୀ ଦାଶ, ଯୁବନେତା ରାକେଶ ଦେଓ, ବନ୍ଧଡିହ ସରପଂଚ ବିକ୍ରମ ବେହେରା ବନ୍ଧଡିହ ପଂଚାୟତର ବରିଷ୍ଠ ନାଗରିକ ଅବସରପ୍ରାପ୍ତ ଶିକ୍ଷକ ଶଶିଭୂଷଣ ମହାପାତ୍ର । ସମ୍ବର୍ଦ୍ଧନା ଉତ୍ସବରେ ବନ୍ଧଡିହ ପଂଚାୟତର ସଭାପତି ବିକ୍ରମ କୁମାର ନାୟକ ଯୋଗଦେଇଥିବା ବେଳେ, କାର୍ତ୍ତିକ ପଣ୍ଡା, ଚିତ୍ତରଂଜନ ମହାନ୍ତି, ସୁରେଶ ସାହୁ, ବୁଲୁ ସାମଲ, ମନୋଜ ସାହୁ, ମନୋଜ ମଲିକ, ରଂଜନ ବେହେରା, ସନ୍ତୋଷ ସାହୁ, ଅଂଜନ କୁମାର ଦାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment