ଚଣ୍ଡିଖୋଲ,୧୫/୧୦(ସନ୍ଧାନ ନିୟୁଜ/ପି. ଜେନା)-ମୁଖପାତ୍ର ପଦରୁ ବିଧାୟକ ଅମର ପ୍ରସାଦ ଶତପଥିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ବିଦା କରିବା ପରେ ବଡଚଣାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ବିଜୁ ବାବୁ ଓ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରୁ ପାଂଚ ପାଂଚ ଥର ନିର୍ବାଚିତ ହୋଇଥିବା ଅମରଙ୍କୁ ଲାଗିଛି ବଡ ଝଟକା । କେବଳ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଓ ସାଧାରଣ ଲୋକଙ୍କ ପାଇଁ ହେଉଥିବା ଯୋଜନାକୁ ଆଧାରକରି ନିର୍ବାଚନ ବୈ÷ତରଣୀ ପାର ହୋଇଥାନ୍ତି । ଶ୍ରୀ ଶତପଥି ନିର୍ବାଚନ ମଣ୍ଡଳିରେ ପୁରୁଖା ନେତାମାନଙ୍କୁ ଅଣଦେଖାକରି ଅପାଠୁଆଙ୍କୁ ଦଳର ପ୍ରମୁଖ ସାଂଗଠନିକ ଦାୟିତ୍ୱ ଦେବା ପରେ ଅନେକ ଛାମୁଆ କର୍ମୀ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି । ଗତ କିଛିଦିନ ହେବ ଦଳର ସାଂଗଠନିକ କାର୍ଯ୍ୟ ସଠିକ ଭାବରେ କରାଯାଉ ନଥିବାରୁ ବିରୋଧିଙ୍କ ଗର୍ଜନକୁ ପ୍ରତିହିତ କରିବାରେ ଦଳ ବିଫଳ ହୋଇଛି । ଦଳ ପକ୍ଷରୁ ଏକମାସ ଧରି ପ୍ରତ୍ୟେକ ଦିନ ନିର୍ବାଚନ ମଣ୍ଡଳିରେ ଦଳର ବିଭିନ୍ନ ଜନହିତକର ଯୋଜନାକୁ ଲୋକମାନଙ୍କ ପାଖରେ ପହଂଚାଇବା ଉଦେ୍ଦଶ୍ୟରେ ଜନସଂପର୍କ ଯାତ୍ରା କରାଯାଉଥିଲେ ବି ଏଠାରେ ଗୋଟିଏ ଦିନ କାର୍ଯ୍ୟକ୍ରମ କରି ଦାୟିତ୍ୱ ନିର୍ବାହରେ ଅବହେଳା କରୁଛନ୍ତି । ଏଠାରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳସମ୍ପଦ, ପଂଚାୟତରାଜ ବିଭାଗରେ ବ୍ୟାପକ ଦୁର୍ନୀତି ଏବଂ ଟିଟୋ ସହ ସଂର୍ପକ ସ୍ଥାପନ କରି ମାଣ୍ଡୁକା, ଅସିଆ, ଅଚ୍ୟୁତବସନ୍ତ, ମଝିପଡା ଆଦି ଅଂଚଳର ଶହଶହ ଟ୍ରିପ ମୋରମ ଚୋରା ଚାଲାଣ କରିବା ଘଟଣା ଦଳକୁ ବହୁ ମାତ୍ରାରେ ନିନ୍ଦିତ କରିଛି । ଅନ୍ୟ ପକ୍ଷରେ ରାଜ୍ୟରେ ଦଳରୁ ନିଲମ୍ବିତ ହୋଇଥିବା କେତେକ ନେତାଙ୍କ ସହ ଭିତରି ବୁଝାମଣା ନିଜେ ପାର୍ଥୀ ହୋଇ ନପାରିଲେ ପୁଅକୁ ବିଜେପିରୁ ଟିକେଟ ହାତେଇବା ପାଇଁ ଗୁପ୍ତ ମନ୍ତ୍ରଣା କଥା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତିକୁ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କୈଳାସ ରାଉତରାୟ, ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଶାନ୍ତି, ରମାକାନ୍ତ ରାଉତ, ପୂର୍ବତନ ମହିଳା ବିଜେଡି ସଭାନେତ୍ରୀ ଦମୟନ୍ତି ସାମଲ, ପ୍ରମୋଦ ଜେନା, ରବିନ୍ଦ୍ର ସାମଲ, ଲଲାଟେନ୍ଦୁ ମହାପାତ୍ର, ଭରତ ବିଶ୍ୱାଳ, ମଧୁସୁଦନ ଖୁଂଟିଆ, ପ୍ରଦୀପ ଧଳ ପ୍ରମୁଖ ସ୍ୱାଗତ କରିଛନ୍ତି । ଆଗାମୀ ନିର୍ବାଚନରେ ଶ୍ରୀ ଶତପଥିଙ୍କ ପରିବର୍ତେ ଦଳ ପକ୍ଷରୁ ଏକ ସ୍ୱଛ ଓ ଦୁର୍ନୀତିମୁକ୍ତ ବ୍ୟକ୍ତିଙ୍କୁ ପାର୍ଥୀ କରାଯିବା ସପକ୍ଷରେ ବଡଚଣାର ଅଗଣିତ ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରିଙ୍କ ନିକଟରେ ଦାବୀ କରୁଛନ୍ତି ।
ମୁଖ୍ୟମନ୍ତ୍ରିଙ୍କ ଆସ୍ଥା ହରାଉଛନ୍ତି ବଡଚଣାର ବିଧାୟକ ଅମର ଶତପଥୀ
|
October 15, 2018 |