କଟକ, (ସନ୍ଧାନ ନ୍ୟୁଜ) : କଟକ ସଦର ୪୨ମୌଜା ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟ ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଗ୍ରଣୀ ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ବୟାଳିଶମୌଜା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନୀଲ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ କ୍ୟାପିଟାଲ୍ ଆଇନ୍ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ.ଅମରେଶ ସାହୁ,ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ତୃପ୍ତି ଦାସ,ପ୍ରତିଷ୍ଠାନର ସଂଗଠନ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ଶୀଳ୍ପି ଉପେନ୍ଦ୍ର ବାରିକ, ମହାବିଦ୍ୟାଳୟ ବିଦ୍ୟାର୍ଥୀ, ସ୍ଥାନୀୟ ଜନତା ଆଦି ଯୋଗଦାନ କରି ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଆଞ୍ଚଳିକ ସ୍ତରରେ ସ୍ବାଧିନତାର ବହ୍ନିକୁ ପ୍ରଜ୍ବଳିତ କରିଥିବା ମହାନ ବ୍ୟକ୍ତିବିଶେଷଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେହି ମହାନ ବ୍ୟକ୍ତିବିଶେଷଙ୍କୁ ଜାତୀୟ ସ୍ତରରେ ସେତିକି ସମ୍ମାନ ମିଳିନାହିଁ । ଏଣୁ ଆମେ ସେହି ମହାନ ବ୍ୟକ୍ତି ବିଶେଷଙ୍କ ଜୀବନୀ,କାର୍ଯ୍ୟାବଳୀ ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ସେମାନଙ୍କ କାର୍ଯ୍ୟଧାରାର ପ୍ରଚାର ପ୍ରସାର କରିବା ଜରୁରୀ ଅଟେ ବୋଲି ମତ ପ୍ରକାଶ କରିଥିଲେ । ୪୨ ମୌଜାର ବିଶିଷ୍ଟ ମହାନ୍ ସ୍ୱାଧନତା ସଂଗ୍ରାମୀ ଧନଞ୍ଜୟ ମହାନ୍ତି,ପ୍ରତିନିଧି ମହାନ୍ତି,ଶ୍ରୀଧର ଦଳେଇ,ପ୍ରହ୍ଲାଦ ନାୟକଙ୍କ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଶେଷରେ ସଭାପତି ଶିକ୍ଷାବିତ୍ ସରୋଜ ନଳିନୀ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।
ମୁକ୍ତି ସଂଗ୍ରାମରେ ୪୨ ମୌଜା ସ୍ବାଧିନତା ସଂଗ୍ରାମୀଙ୍କ ଅବଦାନ : ଆମ ସଭ୍ୟତାର ମହାର୍ଘ୍ୟ ।
|
June 6, 2026 |



